Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହସାଉଥିଲେ ଏବେ ବନ୍ଧାହେଲେ, ଏନସିବି ଦ୍ୱାରା ଭାରତୀ ସିଂ ଗିରଫ

    Share on :
    ajab-Image
    Date: Nov 21, 2020    Views: 4351

    ମୁମ୍ବାଇ : ମୁମ୍ବାଇ: ଗିରଫ ହେଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ। ଆଜି ବଲିଉଡ ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ବେଳେ ଏନସିବି ଭାରତୀଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟରୁ ଡ୍ରଗସ୍ ପାଇଥିଲା । ଏହା ପରେ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା। ଅପରାହ୍ନ ୩ ଟାରୁ ଉଭୟଙ୍କୁ ପଚରାଉଚରା କରାଯାଉଥିଲା। ପଚରାଉଚରା ସମୟରେ ଉଭୟ ଡ୍ରଗସ୍ ନେଉଥିବା ସ୍ୱୀକାର କରିଛନ୍ତି। ଏହା ପରେ ଭାରତୀଙ୍କୁ ଗିରଫ କରାଯାଇଛି।
    ଏହି ଚଢ଼ାଉରେ ଏନସିବିକୁ ଭାରତୀଙ୍କ ଘରୁ ଅଳ୍ପ ପରିମାଣର ଡ୍ରଗ୍ସ ମିଳିଛି। ଏହାପରେ ଏନସିବି ଭାରତୀ ଓ ତାଙ୍କ ସ୍ୱାମୀଙ୍କ ସମନ ଜାରି କରିଛି।। ତେବେ ଭାରତୀଙ୍କ ଘରୁ ଜବତ ହୋଇଥିବା ଏହି ଡ୍ରଗ୍ସର ସଠିକ୍ ପରିମାଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଥିବାବେଳେ ସିବିଆଇକୁ ଏଥିରେ ଡ୍ରଗ୍ସ କାରବାର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏହାର ତଦନ୍ତ ଭାର ଗ୍ରହଣ କରିଥିଲା। 
    ଏନସିବି ଏହାର ଛାନଭିନ୍ କରିବା ସହିତ ବଲିଉଡର ବହୁ କଳାକାରଙ୍କୁ ସମନ ଜାରି କରି ପଚରାଉଚୁରା କରିଥିଲା। ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲୀ ଖାନ୍‌, ରାକୁଲ୍‌ ପ୍ରୀତ ସିଂହ ପ୍ରମୁଖ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇଥିବାବେଳେ ନିକଟରେ ବଲିଉଡ୍‌ ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କୁ ମଧ୍ୟ ଏନ୍‌ସିବି ଜେରା କରିଥିଲା 

    Maximum 500 characters

    ତାଜା ଖବର View all

    Find Us on Facebook