Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବେଣୁ ମଉସାଙ୍କୁ ଠକିଲା କିଏ ? ଏଇମାନେ ଠକିଦେଲେ

    Share on :
    ajab-Image
    Date: Nov 11, 2020    Views: 3893

    ଭୁବନେଶ୍ୱର : ବାଲେଶ୍ୱର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭଳି ବେଶ ଚର୍ଚ୍ଚାରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ  । ଛିଣ୍ଡା ଚପଲ ଓ ଧୋତି ପିନ୍ଧି ସାଇକେଲରେ ଚଢ଼ି ସେ ପ୍ରଚାର କରି ମନ ମୋହିନେଇଥିଲେ  । ଏମିତିକି ବିଜେପିର ଭୋଟ ଭାଙ୍ଗିବା ପାଇଁ ବେଣୁଧରଙ୍କ ପଛରେ ବିଜେଡ଼ି ରହିଛି ବୋଲି ବି ଚର୍ଚ୍ଚା ହୋଇଥିଲା  । ନିର୍ବାଚନରେ ବେଣୁ ମଉସା ୧୦ ହଜାର ଭୋଟ ଭିଡ଼ିବେ ବୋଲି ବି କେତେକ ଚର୍ଚ୍ଚା କରୁଥିଲେ  । ହେଲେ ନିର୍ବାଚନରେ ବେଣୁ ମଉସା ମାତ୍ର ୧୨୫୫ ଭୋଟ ପାଇଥିଲେ  । ଅର୍ଥାତ ମୋଟ ଭୋଟର ୧% ଭୋଟ ହାସଲ କରିବାରେ ବି ସେ ସଫଳ ହୋଇନଥିଲେ  । 

    ପ୍ରଥମ ରାଉଣ୍ଡରେ ବେଣୁଧରଙ୍କୁ ୩୦ ଖଣ୍ଡ ଭୋଟ ମିଳିଥିବାବେଳେ ପରବର୍ତୀ ରାଉଣ୍ଡରେ ଯଥାକ୍ରମେ ୪୨, ୨୭, ୨୮, ୩୧, ୩୩, ୨୬, ୩୩, ୫୦, ୨୬, ୨୬, ୪୩, ୨୫, ୪୬, ୫୨, ୬୬, ୬୬, ୮୮, ୧୩୬, ୧୦୪, ୭୩, ୬୩, ୪୪, ୪୮, ୩୯, ୩ ଓ ୩ ଖଣ୍ଡ ଭୋଟ ମିଳିଥିଲା  ।

    ତେବେ ମଞ୍ଜ କଥାଟି ହେଉଛି ବେଣୁଧରଙ୍କ ରାଲିରେ ବାଲେଶ୍ୱରର ବହୁ ଲୋକ ସାମିଲ ଥିଲେ । ତାଙ୍କ ସହ ପ୍ରଚାର ମଇଦାନକୁ ବି ଯାଇଥିଲେ  । କେତେକ ଲୋକ ଦାମୀ ଗାଡ଼ି ବି ଯୋଗାଇ ଦେଇଥିଲେ  । ବାଲେଶ୍ୱରର ଜଣେ ନେତାଙ୍କ କହିବା କଥା ହେଉଛି, ବେଣୁ ମଉସାଙ୍କ ପାଇଁ ବାଲେଶ୍ୱରର ବହୁ ଲୋକ ସୋସିଆଲ ମିଡ଼ିଆରେ ପ୍ରଚାର କରିଥିଲେ  । ତାଙ୍କ ସାଙ୍ଗରେ ଘରକୁ ଘର ବୁଲିଥିଲେ । ତାଙ୍କ ସହ ବିଭିନ୍ନ ପଂଚାୟତରେ ପ୍ରଚାରରେ ଯେତିକି ଲୋକ ସାମିଲ ଥିଲେ ଯଦି ସେତିକି ଲୋକଙ୍କ ପରିବାର ଲୋକେ ଭୋଟ ଦେଇଥା’ନ୍ତେ ତାହା ଅତିକମରେ ୫ ହଜାର ହୋଇଥା’ନ୍ତା  । ଅର୍ଥାତ ବେଣୁ ମଉସାଙ୍କ ସହ ବୁଲି କେତେକ କେବଳ ନିଜକୁ ପ୍ରଚାର କରାଇବାକୁ ଚାହିଁଥିଲେ  । ବେଣୁଙ୍କର ଟିଭି କଭରେଜ ହେଉଥିବାରୁ ମୁହଁ ଦେଖାଇବା ପାଇଁ ଏଭଳି ଭେଳିକି ଚାଲିଥିଲା  । କେତେକ ଲୋକ ବିଜେଡ଼ି ଠାରୁ ଟଙ୍କା ଆଣି ବିଜେପି ଭୋଟକୁ ଭାଙ୍ଗିବା ପାଇଁ ଏଭଳି ଏକ ହୀନ ଚକ୍ରାନ୍ତ କରିଥିଲେ  । ତେବେ ଜଣେ ବୁଢ଼ା ଲୋକଙ୍କୁ ଭରସା ଦେଇ ଠକିଥିବା ଲୋକଙ୍କୁ ଭଗବାନ କ୍ଷମା ଦେବେନାହିଁ ବୋଲି ଯୁବ ଭୋଟର ସୁଜିତ ନାୟକ କ୍ଷୋଭର ସହ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook