Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାୟଗଡ଼ା ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ ନିଲମ୍ବିତ

banner

ଆମ ଭାଷା ଆମ ସାହିତ୍ୟ

ମୁଖ୍ୟ ଖବର

    ବେଙ୍ଗଲି ଖିଚୁଡ଼ି

    Share on :
    ajab-Image
    Date: Oct 7, 2020    Views: 3272

    ନବରାତ୍ରି ଦୁର୍ଗା ପୂଜାରେ ମଣ୍ଡପମାନଙ୍କରେ ପ୍ରସ୍ତୁତ ହେଉଥିବା ଖିଚୁଡ଼ିର କଥା ନିଆରା  । କରୋନା ଭୂତାଣୁ କାରଣରୁ ଚଳିତ ବର୍ଷ ପୂଜା ମଣ୍ଡପ ବୁଲିବା ଉପରେ କଟକଣା ଲଗାଯାଇଛି  । ଫଳରେ ପୂଜା ମଣ୍ଡପ ବୁଲିବା କଥା ଭୁଲିଯିବା  । ତେବେ ଏହି ସମୟରେ ବହୁ ଲୋକ ମଣ୍ଡପରେ ପ୍ରସ୍ତୁତ ହେଉଥିବା ଖିଚୁଡ଼ିକୁ ବହୁତ ମନେ ପକାଇଲେ  । ତେବେ ଘରେ ପ୍ରସ୍ତୁତ କରିବା ପୂଜା ମଣ୍ଡପରେ ପ୍ରସ୍ତୁତ ହେଉଥିବା ଖିଚୁଡ଼ି  । 

    ଆକଶ୍ୟକୀୟ ସାମଗ୍ରୀ : ଗୋବିନ୍ଦଭୋଗ ଚାଉଳ ଅଧାକପ, ଭଜା ମୁଗ ଡ଼ାଲି ଅଧାକପ, ତେଲ, କଟା ଆଳୁ, କଟା ଫୁଲ କୋବି, ଜିରା, ତେଜପତ୍ର, କଞ୍ଚାଲଙ୍କା, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଟମାଟୋ, ଛେଚା ଅଦା, 

    ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଚାଉଳ ଓ ମୁଗକୁ ପାଣିରେ ବତୁରାଇ ଦିଅନ୍ତୁ  । ଏବେ ଗ୍ୟାସରେ ଏକ ପାତ୍ର ବସାଇ ସେଥିରେ ଅଳ୍ପ ତେଲ ଦିଅନ୍ତୁ  । ତେଲରେ ପ୍ରଥମେ ଆଳୁ ଓ କୋବିକୁ ଭାଜି ଦିଅନ୍ତୁ  । କାଳୁ ଓ କୋବି ବାଦାମ ରଙ୍ଗ ଆସିଗଲେ ତାହାକୁ ବାହାର କରିଦିଅନ୍ତୁ  । ଏହା ପରେ ତେଲରେ ଗୋଟା ଜିରା, ତେଜପତ୍ର, ଶୁଖିଲା ଲଙ୍କା ପକାନ୍ତୁ  । ପରେ ଏଥିରେ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ପକାନ୍ତୁ  । ଏବେ ଏହାକୁ ଭାଜିବା ପରେ ସେଥିରେ କଟା ଟମାଟ ପକାନ୍ତୁ  । ଟମାଟ ହୋଇଗଲେ ସେଥିରେ ଛେଚା ହୋଇଥିବା ଅଦା ପକାନ୍ତୁ  । ପରେ ଏହାକୁ କିଛି ସମୟ ଭାଜିବା ପରେ ସେଥିରେ ବତୁରା ହୋଇଥିବା ଚାଉଳ ଓ ମୁଗ ପକାନ୍ତୁ  । ଏହାକୁ ମସଲା ସହିତ ଭଲରେ ଭାବରେ ମିଶାଇ ଦିଅନ୍ତୁ  । ଏହା ପରେ ଉକ୍ତ ମିଶ୍ରଣରେ ୪ରୁ ୫ କଫ ଗରମ ପାଣି ମିଶାନ୍ତୁ  । ପାଣି ଦେବା ପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ  । ପରେ ଏହାକୁ କିଛି ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ  । ପରେ ଏଥିରେ ୩ରୁ ୪ କଫ ଗରମ ପାଣି ଦିଅନ୍ତୁ  । ପାଣି ଦେଇ ପୁଣି ଗୋଳାଇ ଦିଅନ୍ତୁି  । ଏବେ ଏଥିରେ ଭଜା ହୋଇଥିବା ଫୁଲ କୋବି ଓ ଆଳୁ ପକାଇ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ  । ଏହାକୁ ପୁଣି ଘାଣ୍ଟିବା ପରେ ଅଳ୍ପ ସମୟ ପାଇଁ ଘୋଡ଼ାଇ ଦିଅନ୍ତୁ  । ପରେ ଏଥିରେ ଗରମ ମସଲା ପକାଇ ଦିଅନ୍ତୁ  । ଏବେ ଏଥିରେ ଘିଅ ଓ ଚିନି ପକାଇ କିଛି ସମୟ ଘାଣ୍ଟି ଦେଇ ଗ୍ୟାସ ବନ୍ଦ କରି ଦିଅନ୍ତୁ  । ପ୍ରସ୍ତୁତ ହୋଇଗଲା ମଣ୍ଡପରେ ତିଆରି ହେଉଥିବା ଖିଚୁଡ଼ି  । 

    Maximum 500 characters

    ଆମ ଭାଷା ଆମ ସାହିତ୍ୟ View all

    Find Us on Facebook