ମୁଖ୍ୟ ଖବର
ଭୁବନେଶ୍ୱର : ପଣସ ଖାଇବାକୁ ଆସି ଜୀବନ୍ତ ବିଦୁ୍ୟତ ତାର କାମୁଡ଼ି ଦେବାରୁ ଏକ ଭାଲୁର ମୃତୁ୍ୟ ହୋଇଛି । ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଜାମୁଯୋରୀ ପଞ୍ଚାୟତ ବିନ୍ଦପୁର ଗାଁରେ । ମୃତ ଭାଲୁର ପ୍ରାୟ ୫ ବର୍ଷ ହେବ । ଗାଁର ଢ଼ିପସାହିକୁ ପାଚିଲା ପଣସ ଖାଇବା ପାଇଁ ରାତିରେ ଏକ ଭାଲୁ ଆସିଥିଲା । ପଣସ ଖାଇବା ବେଳକୁ ସେହି ପଣସ ଗଛ ପାଖରେ ଝୁଲି ରହିଥିବା ୧୧ କେଭି ବିଦୁ୍ୟତ ତାରକୁ ପାଟିରେ କାମୁଡ଼ି ଦେଇଥିଲା । ବିଦୁ୍ୟତ ଆଘାତରେ ଘଟଣା ସ୍ଥଳରେ ହିଁ ଭାଲୁର ମୃତୁ୍ୟ ହୋଇଥିଲା । ସକାଳୁ ପଣସ ଗଛ ପାଖରେ ବିଦୁ୍ୟ ତାର କାମୁଡ଼ି ଭାଲୁ ମୃତ ଅବସ୍ଥାରେ ପଡ଼ିଥିବା ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।
Comments ସମସ୍ତ ମତାମତ