Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆସନ୍ତାକାଲିଠାରୁ ମାଟ୍ରିକ୍ ଖାତା ଦେଖା

ଖୋର୍ଦ୍ଧା: ହାତୀ ଆକ୍ରମଣରେ ୩ ଭାଇ ଆହତ, ୨ ଗୁରୁତର

କଟକ: ମର୍କତନଗର ଥାନା କାଠଯୋଡ଼ି ବିହାର ବସ୍ତିରେ ଦୁଷ୍ଟାମୀ ପାଇଁ ୬ ବର୍ଷର ଝିଅକୁ ଚେଙ୍କ ଦେଲା ମା’

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରବାସୀଙ୍କୁ ଓଏଏସର ଦମ ଦେଖାଇଲେ ବିଡିଓ

    Share on :
    ajab-Image
    Date: May 14, 2020    Views: 2864

    ବାଲେଶ୍ୱର: ‘ମୁଁ ଜଣେ ଓଏଏସ ଅଫିସର । ତମ ଭଳିଆ ଦାଦନ ଶ୍ରମିକ ନୁହେଁ । ବାହାରୁ ଆସି ଆମକୁ ହଇରାଣ କରୁଛ, ସେଥିରେ ପୁଣି ଅଧିକ କଥା କହୁଛ । ଚୁପ୍...ଚୁପ୍ ।’ ଗୁଜୁରାଟରୁ ନିଜ ଜନ୍ମମାଟିକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ଏମିତି ଢ଼ଙ୍ଗରେ ଗାଳି କରିଛନ୍ତି ବାଲିଆପାଳ ବିଡିଓ ଛବିରାଣୀ ସାହୁ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଏହି ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।
    ସୂଚନା ମୁତାବକ, ବୁଧବାର ସକାଳେ ଗୁଜୁରାଟର ସୁରେନ୍ଦ୍ର ନଗରରୁ ଟ୍ରେନ ଯୋଗେ ବାଲେଶ୍ୱର ଆସି ସେଠାରୁ ବସରେ ବାଲିଆପାଳ ବ୍ଲକକୁ ଆସିଥିଲେ କିଛି ପ୍ରବାସୀ ଶ୍ରମିକ । ବ୍ଲକ ପକ୍ଷରୁ ସେଠାରେ ସମସ୍ତଙ୍କର ନାମ ପଞ୍ଜୀକରଣ ସହ ନିଜ ନିଜ ପଞ୍ଜୀକରଣ ସହ ନିଜ ନିଜ ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ଲାଗି ବ୍ୟବସ୍ଥା ହୋଇଥିଲା । ଏଥିପାଇଁ ଆନୁସଙ୍ଗିକ କାଗଜପତ୍ର କାମ ପାଇଁ ଅପେକ୍ଷା କରିବାକୁ କୁହାଯିବା ପରେ ଶ୍ରମିକମାନେ ମଧ୍ୟାହ୍ନ ସାଢେ଼ ଗୋଟାଏକୁ ବ୍ଲକ ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଅପେକ୍ଷା କରିଥିଲେ । ତେବେ ବହୁ ସମୟ ପରେ ମଧ୍ୟ କେହି ନ ଆସିବାରୁ ଭୋକ ଶୋଷରେ ଛିଡ଼ା ହୋଇଥିବା ଶ୍ରମିକମାନେ ଧୈର୍ଯ୍ୟଚୁ୍ୟତି ଘଟିଥିଲା । ଆଉ କେତେ ସମୟ ଖରାରେ ଠିଆ ହେବୁ ବୋଲି ପଚାରିବାରୁ ଚିହିଁକି ଉଠିଥିଲେ ବିଡିଓ । ସେମାନଙ୍କୁ ଗାଳି ଗୁଲଜ କରିବା ସହ ସବୁ ବ୍ୟବସ୍ଥା ଶେଷ ହେବା ପର୍ଯ୍ୟନ୍ତ ସେମିତି ଛିଡା ହେବ ବୋଲି କହିଥିଲେ । ଦୁଇ ଦିନ ହେଲା ଟ୍ରେନରେ କିଛି ଖାଇନଥିବା ଓ ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବା ଏହି ଶ୍ରମିକମାନେ ମୁଣ୍ଡକାନ ଆଉଁସି ଚୁପ ରହିବାକୁ ବାଧ୍ୟ ହୋଇଥିଲେ ।
    ଏହି ଘଟଣାକୁ ନେଇ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଛି । ଅନ୍ୟ ପକ୍ଷରେ ବାଲିଆପାଳ ବିଡିଓ ଛବିରାଣୀ ସାହୁଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ, ଦାଦନ ଶ୍ରମିକମାନଙ୍କ ପାଇଁ ସେ ସବୁ ବ୍ୟବସ୍ଥା କରିଥିବା ବେଳେ ଆସିଥିବା ଶ୍ରମିକମାନଙ୍କ ମଧ୍ୟରୁ କେତେକ ତାଙ୍କୁ ଦୁର୍ବବ୍ୟହାର କରିଥିଲେ । ସେମାନଙ୍କୁ ତାଗିଦ କରାଯିବାରୁ ଉଦେ୍ଧଶ୍ୟମୂଳକ ଭାବେ ଏଭଳି ଭିଡିଓ ଭାଇରାଲ କରାଯାଇଛି ।
    ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ସେ ଏହି ଶ୍ରମିକମାନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କିରବେ ବୋଲି କହିଥିଲେ । ସନ୍ଧ୍ୟା ପ୍ରାୟ ସାଢେ଼ ୭ଟା ବେଳକୁ ଏହି ଶ୍ରମିକମାନଙ୍କୁ କ୍ୱାରାଣ୍ଟିନ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।  

    ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରୟାସ କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଗୋପାଳପୁର ବିଧାୟକ । ସେ କହିଛନ୍ତି ଗଂଜାମ ଜିଲ୍ଲାକୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଠିକ୍ ଭାବରେ ରଖିବା ପ୍ରସଙ୍ଗରେ, ସ୍ଥାନୀୟ ବିଧାୟକଙ୍କୁ ବିଶ୍ୱାସକୁ ନିଆଯାଉ । ଏନେଇ ଦୟାକରି ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଅନ୍ତୁ ।
    ଗଂଜାମ ଜିଲ୍ଲା ବର୍ତମାନ ସଂକ୍ରମଣ ସଂଖ୍ୟାରେ ଏକ ନମ୍ବର ସ୍ଥାନରେ ରହିଛି । ସେପଟେ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ବି ଯୁଦ୍ଧକାଳୀନ ଭିତିରେ କାମରେ ଲାଗିଛି । ସରପଂଚ ମାନଙ୍କୁ ବି ଜିଲ୍ଲାପାଳ କ୍ଷମତା ବି ଦିଆଯାଇଛି । କିନ୍ତୁ ଏହି ଲଢେଇରେ ବିଧାୟକ ଓ ସାଂସଦ ଭଳି ନେତାଙ୍କ ସ୍ଥାନ କେଉଁଠି ରହିଛି ତାହା କେହି ଜାଣନ୍ତି ନାହିଁ ।
    ୫୭ ବର୍ଷିୟ ଏହି ବିଜେଡ଼ି ବିଧାୟକ ଗଣତନ୍ତ୍ରର ଏକ ଗୁରୁତ୍ୱପୁର୍ଣ୍ଣ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଅଫିସରଙ୍କ ଭିଡ଼ ଭିତରେ ନେତାଙ୍କ ସ୍ଥାନକୁ ନେଇ ସେ ବୋଧେ ସନ୍ଦିହାନ ହୋଇପଡ଼ିଛନ୍ତି । ସେ ଆହୁରି ଲେଖିଛନ୍ତି କରୋନା ମୁକାବିଲା ପରିଚାଳନାରେ କମିଟି ଗଠନ କରି ବିଧାୟକ ଓ ସାଂସଦ ମାନଙ୍କୁ ଦାୟିତ୍ୱ ଦିଆଯାଉ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook