Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

IPL

ମୁଖ୍ୟ ଖବର

    ଆଇପିଏଲ ପାଇଁ ଏମାନଙ୍କୁ ନିମନ୍ତ୍ରଣ କଲା ବିସିସିଆଇ

    Share on :
    ajab-Image
    Date: Apr 4, 2021    Views: 3126

    ନୂଆଦିଲ୍ଲୀ: ଗତବର୍ଷର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୧୪ଶ ସଂସ୍କରଣର ଉଦଘାଟନୀ ମ୍ୟାଚ ଚେନ୍ନାଇରେ ଏପି୍ରଲ ୯ରେ ଖେଳାଯିବ । ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଉଦଘାଟନୀ ମ୍ୟାଚ ଦେଖିବା ଲାଗି ବିସିସିଆଇ ପକ୍ଷରୁ ଅନୁବନ୍ଧିତ ରାଜ୍ୟ କି୍ରକେଟ ଆସୋସିଏସନର ସଭାପତି ଓ ସମ୍ପାଦକଙ୍କୁ ନିମନ୍ତ୍ରଣ କରାଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ପତ୍ର ମାଧ୍ୟମରେ ଅନୁବନ୍ଧିତ ସଂଘର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଗତ ସଂସ୍କରଣ ୟୁଏଇରେ ଖେଳା ଯାଇଥିବା ବେଳେ କରୋନା କଟକଣା ଲାଗି ଅନୁବନ୍ଧିତ ସଂଘର ସଭାପତି ଓ ସମ୍ପାଦକଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଆଇପିଏଲ-୨୦୨୧ ଘରକୁ ଫେରିଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ଅନୁବନ୍ଧିତ ସଂଘର କର୍ମକର୍ତ୍ତାଙ୍କ ଉପସ୍ଥିତି କ୍ରିକେଟ ପ୍ରତି ସହଭାଗିତା ବଢ଼ିବ ବୋଲି ବିସିସିଆଇ ସମ୍ପାଦକ ଶାହା କହିଛନ୍ତି । କରୋନା ମହାମାରୀ ମଧ୍ୟରେ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସଫଳ ହୋଇଛି ।

    Maximum 500 characters

    Find Us on Facebook