ମୁଖ୍ୟ ଖବର
ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ପୁଣି ଏକ ନୂଆ ମୋଡ଼ ନେଇଛି । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏଭଳି ଦାବି କରଯିବା ସହ ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ସିବିଆଇ ତଦନ୍ତ ସହ ୩୦ ଲକ୍ଷ କ୍ଷତିପୂରଣ ପାଇଁ ମଧ୍ୟ ପରିଷଦ ପକ୍ଷରୁ ଆବେଦନ କରାଯାଇଛି । ଏହି ଜନସ୍ୱାର୍ଥ ମାମଲାରେ ପରିଷଦ ପକ୍ଷରୁ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଓ ରାଜ୍ୟ ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିଶନର ଓ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ଏହି ଘଟଣାରେ ମହିଳା କମିଶନ ଓଟିଭି ଏମଡିଙ୍କୁ ନୋଟିସ କରିଛନ୍ତି । ଯଦି ହାଜର ନହୁଅନ୍ତି ତେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ପୀଡିତାଙ୍କ ମା’ ଓ ଓଟିଭ ଏମଡିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଏହି ଘଟଣାର ତଦନ୍ତ କରାଯାଉଛି । ତେବେ ପୀଡିତାଙ୍କ ମା’ ଆଣିଥିବା ଅଭିଯୋଗକୁ ଆଧାର କରି ଓଟିଭ ଏମଡିଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ ।
ଏହାସହ ଗତକାଲି ଘଟଣାର ତଦନ୍ତ ନେଇ ଡିସିପି ସୂଚନା ଦେଇ କହିଥିଲେ ଯେ, ଏଫଆଇଆର୍ କପିରେ ନାଁ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯିବ । ସେହିପରି ଘଟଣାରେ ସମ୍ପୃକ୍ତ ଥିବା ସାକ୍ଷୀମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ଡିସିପି କହିଥିଲେ ।
Comments ସମସ୍ତ ମତାମତ