Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବିଭିନ୍ନ ରୋଗରୁ ମୁକ୍ତି ଦେବ ତେଜପତ୍ର

    Share on :
    ajab-Image
    Date: Sep 5, 2020    Views: 5858

    ଆମ ରୋଷେଇ ଘରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାଉ  । ତେବେ ଏହି ସବୁ ମସଲା ଆମ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ  । କିନ୍ତୁ ଏଥିରେ ବିଭିନ୍ନ ଔଷଧିୟ ଗୁଣ ଥାଏ ଯାହା ଆମ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ  । ସେହି ମସଲା ମଧ୍ୟରୁ ତେଜପତ୍ର ଅନ୍ୟତମ  । ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଆମେ ସାଧାରଣତଃ ତେଜପତ୍ରକୁ ମସଲା ଭାବେ ବ୍ୟବହାର କରିଥାଉ  । କିନ୍ତୁ ଏଥିରେ ଏପରି କିଛି ଔଷଧିୟ ଗୁଣ ରହିଛି ଯାହା ମଧୁମେହ ପରି ଅନେକ ରୋଗରେ ଲାଭଦାୟକ ହୋଇଥାଏ  । ତେଜପତ୍ରରେ ରୋଗ ପ୍ରତିରୋଧକ ଶକ୍ତି ଥାଏ ଯାହା ଆମ ଶରୀର ପାଇଁ ଜରୁରୀ  । ତେବେ ଜାଣିବା କେଉଁ କେଉଁ ରୋଗ ପାଇଁ ତେଜପତ୍ର କ’ଣ କାମ କରିଥାଏ  ।
    - ଟାଇପ-୨ ମଧୁମେହ ରୋଗୀଙ୍କ ପାଇଁ ତେଜପତ୍ର ଲାଭଦାୟକ ହୋଇଥାଏ  । ତେଜପତ୍ର ରକ୍ତରେ ସର୍କରା ଭାଗକୁ ନିୟନ୍ତ୍ରଣରେ ରଖେ  । ଯାହାଦ୍ୱାରା ହୃତପିଣ୍ଡକୁ ସୁସ୍ଥ ରୁହେ  । ତେଣୁ ମେଧୁମେହ ରୋଗୀ ଏହାର ସେବନ କରିବା ଆବଶ୍ୟକ  ।
    - ପାଚନ ସମ୍ବନ୍ଧୀୟ ସମସ୍ୟା ପାଇଁ ତେଜପତ୍ର ଲାଭଦାୟକ ହୋଇଥାଏ  । ଏହା ପେଟ ସମ୍ବନ୍ଧୀୟ ବିଭିନ୍ନ ରୋଗର ସମସ୍ୟାରେ ଆରାମ ଦେଇଥାଏ  । ଏହା ବ୍ୟବହାର କଲେ କବ୍ଚ ଓ ଏସିଡିଟି ସମସ୍ୟା ରୁହେ ନାହିଁ  । ସକାଳ ଚା’ରେ ଏହାକୁ ବ୍ୟବହାର କରିପାରିବେ  ।
    - ଯଦି ଆପଣଙ୍କୁ ରାତିରେ ଠିକ ଭାବେ ନିଦ ହେଉନଥିବ ତେବେ ଆପଣ ତେଜପତ୍ର ବ୍ୟବହାର କରିପାରିବେ  । ରାତିରେ ଶାଇବା ପୂର୍ବରୁ ତେଜପତ୍ର ତେଲର କିଛି ବୁନ୍ଦା ପାଣି ମିଶାଇ ପିଅନ୍ତୁ  । ଦେଖିବେ ରାତିରେ ଆପଣଙ୍କୁ ଭଲ ନିଦ ହେବ  ।
    - ତେଜପତ୍ରରେ ଭିଟାମିନ ଏ ଓ ଭିଟାମିନ ସି ମିଳେ  । ଭିଟାମିନ ଏ ଆଖି ସମସ୍ୟା ଦୂର କରିଥାଏ  । ସେହିପରି ଭିଟାମିନ ସି ହ୍ୱାଇଟ ବ୍ଲଡ ସେଲ ସଂଖ୍ୟା ବଢ଼ାଇବାରେ ସହାୟକ ହୋଇଥାଏ  । ହ୍ୱାଇଟ ବ୍ଲଡ ସେଲ ଶରୀରରେ ଇମୁ୍ୟନିଟି ପାୱାରକୁ ମଜବୁତ କରିଥାଏ  ।

    Maximum 500 characters

    ଘରକରଣ View all

    Find Us on Facebook