Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମା’ର ପୁଅ ଚିନ୍ତା: ଭାବିଚିନ୍ତି ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ସୋନିଆ

    Share on :
    ajab-Image
    Date: Nov 18, 2020    Views: 3106

    ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜେଡ ଲ୍ୟାଣ୍ଡ’କୁ ନେଇ ଭାରତରେ ପୁଣି ଚର୍ଚ୍ଚା ଆରମ୍ଭ କରାଯାଇଛି । ପୁସ୍ତକରେ ଏକ ଅଂଶରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ରାହୁଲ ଗାନ୍ଧିଙ୍କୁ ସ୍ଥାନ ଦିଆଯାଇଛି । ଓବାମା ଉଲ୍ଲେଖ କରିଛନ୍ତି ଯେ ରାହୁଲଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରିଥିଲେ ସୋନିଆ । ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ କଲେ କାଳେ ଭବିଷ୍ୟତରେ ରାହୁଲଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି ହେବ, ସେହି ଚିନ୍ତାରେ ସୋନିଆ ମନମୋହନଙ୍କୁ ବାଛିଥିଲେ । ପୁସ୍ତକରେ ଓବାମା ଉଲ୍ଲେଖ କରିଛନ୍ତି କି ୧୯୯୦ ଦଶକରେ ବଜାରକୈନ୍ଦ୍ରିକ ଅର୍ଥନୀତି ଥିଲା ଭାରତ । ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ସ୍ଥିତି ମଜଭୁତ ହୋଇଥିଲା । ଏଥିରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ଲୋକଙ୍କ ଜୀବନରେ ସୁଧାର ଆଣିବା ଲାଗି ସେ କଠିନ ପରିଶ୍ରମ କରିଥିଲେ । ସେ ଦୁର୍ନୀତିଖୋର ନଥିଲେ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଉପରେ ହମଲା ପାଇଁ ମନମୋହନ ସିଂହଙ୍କ ଉପରେ ଚାପ ପଡ଼ିଥିଲା । କିନ୍ତୁ ତାହା ସେ କରି ନଥିଲେ । ଫଳରେ ବିଜେପି ମଜବୁତ ହେବାକୁ ଲାଗିଥିଲା । ସୋନିଆ ଗାନ୍ଧି ଅତ୍ୟନ୍ତ ଭାବିଚିନ୍ତୀ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook