ମୁଖ୍ୟ ଖବର
ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିଦେ୍ର୍ଧଶକ ତଥା ଉପ ଶାସନ ସଚିବ ଭାବେ କାର୍ଯ୍ୟରତ ବରଦା ପ୍ରସନ୍ନ ଦାସଙ୍କୁ ବିଭାଗୀୟ ପଦୋନ୍ନତି ମିଳିଛି । ସେ ଯୁଗ୍ମ ନିଦେ୍ର୍ଧଶକ ପଦରେ ନିଯୁକ୍ତି ପାଇଛନ୍ତି । ଶ୍ରୀ ଦାସ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟିଟିଲାଗଡ଼, ନୟାଗଡ଼, ବାଙ୍କୀ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଆଦି ସ୍ଥାନରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ବହୁ ମନ୍ତ୍ରୀଙ୍କ ସୂଚନା ଅଧିକାରୀ ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଶ୍ରୀ ଦାସ ଜଣେ ଲେଖକ, ସୁବକ୍ତା ଓ ସଂଗଠନ ଭାବେ ପରିଚିତ ।
Comments ସମସ୍ତ ମତାମତ