ମୁଖ୍ୟ ଖବର
କଟକ : ୨୦୨୧-୨୨ ବର୍ଷ ପାଇଁ ହାଇକୋର୍ଟ ବାର ସମେତ ସବୁ ବାର ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୭ ତାରିଖରେ ଅନୁଷ୍ଠିତ ହେବ । ୱାନ ବାର, ୱାନ ଭୋଟ ଆଧାରରେ ଏହି ନିର୍ବାଚନ କରାଯିବ । ଏ ନେଇ ରାଜ୍ୟ ବାର କାଉନସିଲ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କରୋନା ସଂକ୍ରମଣ ପାଇଁ ଗତ ବର୍ଷ ମାର୍ଚ୍ଚ ମାସରେ ହେବାକୁ ଥିବା ବାର ନିର୍ବାଚନକୁ ବାତିଲ କରାଯାଇଥିଲା । ଏହି ସମୟରେ ରାଜ୍ୟ ଆଇନଜୀବୀ ପରିଷଦ ନିଦେ୍ର୍ଧଶକ୍ରମେ ଏକ ଅନ୍ତରୀଣ କମିଟି ଗଠନ କରାଯାଇ ବାର ପରିଚାଳନା କରାଯାଇଥିଲା । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ବାରର ନିର୍ବାଚନ ଲାଗି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ବାଚନ କରିବା ଲାଗି ନିଦେ୍ର୍ଧଶ ଦେଇଥିଲେ ।
Comments ସମସ୍ତ ମତାମତ