ମୁଖ୍ୟ ଖବର
ଭୁବନେଶ୍ୱର: ଦେଶର କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସମୂହ ଓ ଶତାଧିକ ଟ୍ରେଡ଼ ଫେଡ଼େରେସନମାନଙ୍କ ଦ୍ୱାରା ଆହୁତ ଆସନ୍ତା ୨୬ ନଭେମ୍ବରର ଦେଶବ୍ୟାପୀ ସାଧାରଣ ଧର୍ମଘଟରେ ବ୍ୟାଙ୍କ କର୍ମଚାରୀ ଓ ଅଫିସରମାନେ ସାମିଲ ହେବେ। ଏହି ଧର୍ମଘଟ କେନ୍ଦ୍ର ସରକାରଙ୍କ ଦ୍ୱାରା ବର୍ତ୍ତମାନର ୪୪ଟି ଶ୍ରମ ଆଇନକୁ ଉଠାଇଦେଇ ଏକତରଫା ଭାବେ କଳା ଶ୍ରମ କୋଡ୍ ଆଇନର ପ୍ରଣୟନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବ୍ୟାପକ ଘରୋଇକରଣ ବିରୋଧରେ, ଲକ୍ଡା ଉନ ଯୋଗୁ ଛଟେଇ ଶ୍ରମିକ ଓ ବେକାର ଯୁବକମାନଙ୍କୁ କର୍ମସଂସ୍ଥାନ ଇତ୍ୟାଦି ୧୦ ଦଫା ଦାବି ସହିତ ବ୍ୟାଙ୍କ ଘରୋଇକରଣରୁ ନିବୃତ୍ତ ରହିବା ଇତ୍ୟାଦି ଦାବିରେ ଏଆଇବିଇଏ ଏବଂ ଏଆଇବିଓଏ ପକ୍ଷରୁ ଏହି ଧର୍ମଘଟର ଡାକରା ଦିଆଯାଇଛି।
Comments ସମସ୍ତ ମତାମତ