Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସକାଳ ୧୦ ରୁ ୪ଟା ଯାଏଁ ଖୋଲିବ ବ୍ୟାଙ୍କ

    Share on :
    ajab-Image
    Date: May 22, 2020    Views: 4167

    ଭୁବନେଶ୍ୱର: ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବ୍ୟାଙ୍କ, ବ୍ୟାଙ୍କିଙ୍ଗ ପ୍ରତିନିଧି (ବିସି) ଓ ଉପଭୋକ୍ତା ସେବା ପଏଣ୍ଟ (ସିଏସପି) ପାଇଁ ଲକଡାଉନ କଟକଣା କୋହଳ କରିଛନ୍ତି । ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗୁରୁବାର ନିଦେ୍ର୍ଧଶନାମା ଜାରି ହୋଇଛି ।

    ନିଦେ୍ର୍ଧଶନାମା ମୁତାବକ, ଏଣିକି ବ୍ୟାଙ୍କ ଗୁଡ଼ିକ ସମସ୍ତ କାର୍ଯ୍ୟ ଦିବସର ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲିବ । ବ୍ୟାଙ୍କର ସମସ୍ତ କର୍ମଚାରୀ କାର୍ଯ୍ୟକ୍ଷେତ୍ରକୁ ଆସିପାରିବେ । ସେହିପରି ଗ୍ରାମାଞ୍ଚଳ ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିସି ଓ ସିଏସପି ଗୁଡ଼ିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା୩୦ ମିନିଟ ଯାଏଁ କାର୍ଯ୍ୟ କରିବ । ବିସି ଓ ସିଏସପି ଗୁଡ଼ିକ ଅପରାହ୍ନ ୨ଟାରୁ ୪ଟା ଯାଏଁ ବନ୍ଦ ରହିବ । 
    ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ମହାପ୍ରବନ୍ଧକଙ୍କୁ ଲେଖିଥିବା ଚିଠିରେ ସ୍ୱତନ୍ତ୍ର ଅର୍ଥ ସଚିବ ପି କେ ବିଶ୍ୱାଳ କହିଛନ୍ତି, ଲକଡାଉନ ୪.୦ ରେ ସାମାଜିକ ଦୂରତା ଓ ସୁରକ୍ଷା ନିୟମାବଳୀ ପାଳନ ସହ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ଏଣୁ ରାଜ୍ୟରେ କାର୍ଯ୍ୟକରୁଥିବା ସମସ୍ତ ବ୍ୟାଙ୍କ, ବ୍ୟବସାୟିକ ପ୍ରତିନିଧି ବିସି, ସିଏସପିଙ୍କ ପାଇଁ ଲକଡାଉନ ନିୟମ କୋହଳ ପାଇଁ ନିଷ୍ପତ୍ତି ନିଆଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook