ମୁଖ୍ୟ ଖବର
ନବରାତ୍ରୀର ୯ ଦିନ ପର୍ଯ୍ୟନ୍ତ ଉପବାସ ଓ ବ୍ରତ କରାଯାଇଥାଏ । ଏହି ଦିନମାନଙ୍କରେ ଫଳ, ହାଲୱା କିମ୍ବା ଖିଚୁଡ଼ି ସେବନ କରାଯାଇଥାଏ । ନବରାତ୍ରୀରେ ଗୋଟିଏ ପ୍ରକାର ହାଲୱା ଖାଇ ବିରକ୍ତ ଲାଗିଥାଏ । ତେବେ ଆଜି ଆପଣଙ୍କୁ ଏକ ଏପରି ହାଲୱା ବିଷୟରେ କହିବୁ ଯାହା ଆପଣଙ୍କ ପୂର୍ବରୁ ଶୁଣିନଥିଲେ । ଚଳିତ ବର୍ଷ ନବରାତ୍ରୀରେ ଏହାକୁ ପ୍ରସ୍ତୁତ କରି ସେବନ କରିପାରିବେ । ଏହାଛଡ଼ା ଏହାକୁ ମା’ ଦୁର୍ଗାଙ୍କ ପାଖରେ ଭୋଗ ମଧ୍ୟ ଲଗାଇ ପାରିବେ । କାରଣ ନବରାତ୍ରୀର ପଞ୍ଚମ ଦିନ ମା’ ସ୍କନ୍ଦମାତାଙ୍କ ଠାରେ କଦଳୀ ଭୋଗ ଲଗାଯାଇଥାଏ । ତେବେ ଜାଣିବା କିପରି ପ୍ରସ୍ତୁତ କରିବେ କଞ୍ଚା କଦଳୀ ହାଲୱା ।
ଆକଶ୍ୟକ ସାମଗ୍ରୀ : ୩ଟି କଞ୍ଚା କଦଳୀ, ୩ରୁ ୪ କପ ଚିନି, ୫ ଚାମଚ ଘିଅ, ୨ କପ କ୍ଷୀର, ୧୦ରୁ ୧୨ଟି କାଜୁ, ୧୦ରୁ ୧୨ଟି ବାଦାମ, ୨୫ଟି କିସମିସ ଓ ଅଧା ଚାମଚ ଗୁରୁରାତି ଗୁଣ୍ଡ ।
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଞ୍ଚା କଦଳୀକୁ ସିଝାଇ ଦିଅନ୍ତୁ । କଦଳୀ ସିଝି ଗଲେ କଦଳୀରୁ ଚୋପା ବାହାର କରି ତାହାକୁ ଭଲ ଭାବରେ ଚକଟି ଦିଅନ୍ତୁ । ଏବେ ଗ୍ୟାସରେ କଡ଼ÿାଇ ବସାଇ ଗରମ କରି ନିଅନ୍ତୁ । ଉକ୍ତ କଡ଼ÿାଇରେ ୫ ଚାମଚ ଦେଶୀ ଘିଅ ଦିଅନ୍ତୁ । ଘିଅ ଗରମ ହୋଇଗଲେ ସେଥିରେ ଚକଡ଼ା ହୋଇଥିବା କଦଳୀକୁ ପକାଇ ମଧ୍ୟମ ଆଞ୍ଚରେ ଘାଣ୍ଟନ୍ତୁ । କଦଳୀର ରଙ୍ଗ ବାଦାମୀ ଆସିଗଲେ ଓ ଘିଅ କଦଳୀରୁ ଅଲଗା ହୋଇଗଲେ ସେଥିରେ ଚିନି ଓ କ୍ଷୀର ପକାନ୍ତୁ । କ୍ଷୀର ଦୁଇ ଥର ଉତୁରିଲା ପର୍ଯ୍ୟନ୍ତ ଏହାକୁ ଘାଣ୍ଟନ୍ତୁ । ପରେ ସେଥିରେ କାଜୁ, ବାଦାମ, କିସମିସ ପକାନ୍ତୁ । ଏହାକୁ ସେତେବେଳେ ପର୍ଯ୍ୟନ୍ତ ଘାଟନ୍ତୁ ଯେପର୍ଯ୍ୟନ୍ତ ମିଶ୍ରଣ ମୋଟା ହୋଇନଯିବ । ଏହା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏହା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ କଦଳୀ ହାଲୱା ।
Comments ସମସ୍ତ ମତାମତ