Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବାଲେଶ୍ୱର ଓ ତିର୍ତୋଲ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

    Share on :
    ajab-Image
    Date: Oct 9, 2020    Views: 2841

    ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  । ବିଜ୍ଞପ୍ତି ପ୍ରକାଶ ପାଇବା ସହ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ବି ଆରମ୍ଭ ହୋଇଛି  । ଆସନ୍ତା ୧୬ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରିରହବ  । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ନିଦେ୍ର୍ଧଶ ଦିଆଯାଇଛି  । ୧୭ରେ ପ୍ରାର୍ଥୀପତ୍ର ଯାଂଚ ହେବା ସହ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ  । ସେହିପରି ୧୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି  । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କରାଯିବ  । ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ  । ନଭେମ୍ବର ୧୦ରେ ନିର୍ବାଚନ ଫଳ ପ୍ରକାଶ ପାଇବ  ।

    ସୂଚନାଯୋଗ୍ୟଯେ, ବିଜେଡ଼ି ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ପରେ ତିର୍ତୋଲ ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି  । ସେହିପରି ବିଜେପି ବିଧାୟକ ମଦନ ମୋହନ ଦତଙ୍କ ଅକାଳ ବିୟୋଗ ଯୋଗୁଁ ବାଲେଶ୍ୱର ଆସନଟି ଖାଲିପଡ଼ିଛି  । ଏହି ଦୁଇ ଉପନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି  । ତେବେ ଏଯାବତ ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇପାରିନାହିଁ  ।  

    Maximum 500 characters

    ରାଜନୀତି View all

    Find Us on Facebook