Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର

    Share on :
    ajab-Image
    Date: Jun 21, 2020    Views: 2158

    ଆଠଗଡ଼:  କଟକ ଜିଲ୍ଲାର ଆଠଗଡ଼ ସଦର ରେଞ୍ଜ୍ ବୁଦ୍ଧିଆପାଟଣାର ଏକ କୂଅ ଭିତରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଛି ।  ଆଠଗଡ଼ ସଦର ରେଞ୍ଜ୍ ଅନ୍ତର୍ଗତ ବୁଦ୍ଧିଆପାଟଣା ଗ୍ରାମର ଏକ କୂଅ ଭିତରେ କୌଣସି କାରଣରୁ ବଜ୍ରକାପ୍ତା ପଡ଼ିଯାଇଥିଲା। ଏନେଇ ବନ ବିଭାଗକୁ ଗ୍ରାମବାସୀ ସୂଚନା ଦେଇଥିଲେ। ଖବର ପାଇ ଆଠଗଡ଼ ସଦର ରେଞ୍ଜର ଆଇସି ଅଖତରି ଲିସା ବନବିଭାଗର କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି କୂଅରୁ  ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ। ଏହି ବଜ୍ରକାପ୍ତାର ବୟସ ୫ ବର୍ଷ ବୋଲି କୁହାଯାଉଛି। ତାକୁ ଆଠଗଡ଼ ସଦର ରେଞ୍ଜ କାର୍ୟ୍ୟାଳୟକୁ ଅଣାଯାଇ ଚିକିତ୍ସା କରାଯାଉଛି। ଏହାପରେ ବଜ୍ରକାପ୍ତାକୁ ଆଠଗଡ଼ ସଦର ରେଞ୍ଜ ଅନ୍ତର୍ଗତ ବଉଦା ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।

    Maximum 500 characters

    ଆଂଚଳିକ View all

    Find Us on Facebook