Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୂରଦର୍ଶନରେ ବାହୁଡ଼ାଯାତ୍ରା, ସୁନାବେଶର ସିଧାପ୍ରସାରଣ

    Share on :
    ajab-Image
    Date: Jun 29, 2020    Views: 3153

    ପୁରୀ: ଦୂରଦର୍ଶନରେ ହେବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ଦୂରଦର୍ଶନର ଭିଡିଓକୁ ଲିଙ୍କ ଜରିଆରେ ଅନ୍ୟ ସମସ୍ତ ଚାନେଲ ସେୟାର କରିପାରିବେ । ବିନା ଶୁଳ୍କରେ ଏହି ଭିଡିଓକୁ ଘରୋଇ ଚାନେଲ ଗୁଡ଼ିକ ନେଇପାରିବେ ବୋଲି ସୂଚନା ମିଳିଛି । ତେବେ ରଥଯାତ୍ରା ସମୟରେ ଦିଆଯାଇଥିବା ପାସକୁ ବାତିଲ କରାଯାଇଥିବା ଲୋକ ସମ୍ପର୍କ ବିଭାଗ କହିଛି । ଇଚ୍ଛୁକ ଇଲୋକ୍ଟ୍ରନିକସ ଏବଂ ପ୍ରିଣ୍ଟ ଗଣମାଧ୍ୟମ କର୍ମୀ ବାହୁଡ଼ା ଯାତ୍ରା ପାସ ପାଇଁ ଅନଲାଇନରେ ଆବେଦନ କରିପାରିବେ । ଜୁନ୍ ୨୯ ତାରିଖ ଅପରାହ୍ନ ଚାରିଟା ସୁଦ୍ଧା ଏହି ପାସ୍ ପାଇଁ ଅନଲାଇନରେ ଆବେଦନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି । କେବଳ ସ୍ଥାନୀୟ ଇଲୋକ୍ଟ୍ରନିକ୍ସ ଓ ପି୍ରଣ୍ଟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ପାସ୍ ମିଳିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ କରିଥିବା କଟକଣା ଉପରେ ସାମ୍ବାଦିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ କୋଭିଡ ସ୍ୱାବ ଟେଷ୍ଟ  କରାଯାଇଛି । ସ୍ୱାବ ଟେଷ୍ଟ ପରେ ସମସ୍ତେ ଆଶା କରୁଥିଲେ କୋର୍ଟ ଆଦେଶ ମୁତାବକ ରଥଯାତ୍ରାକୁ ପାସ୍ ମିଳିବ । କିନ୍ତୁ ଏହି ଆଶ ମଉଳି ଯାଇଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook