Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ସହିଦନଗର ଭବାନୀ ମଲ ନିକଟରେ ବିଏମସି ସ୍ପେଶାଲ ସ୍କ୍ୱାଡର ଚଢଉ, ୫୦ ଲକ୍ଷର ପଲିଥିନ ଜବତ

ପୁଲିସ କବଳରୁ ବାଳ ଅପରାଧୀ ଛୁ

୫-ଟି କୃଷି ବିଭାଗ

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଯୋଧ୍ୟା ରାୟ : ବିବାଦୀୟ ଜମି ରାମଲାଲଙ୍କର

    Share on :
    ajab-Image
    Date: Nov 9, 2019    Views: 1601

    ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି  । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି  । ଏହି ଖଣ୍ଡପୀଠରେ ବିଚାରପତି ଏସଏ ବୋବଡେ଼, ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଏସ ଅବଦୁଲ ନଜିର ସଭ୍ୟ ରହିଛନ୍ତି  । ବିବାଦୀୟ ଜମି ରାମଲାଲଙ୍କର ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି  ।

    ସୁପ୍ରିମକୋର୍ଟ କହିଛନ୍ତିଯେ, ମୁସଲିମ ପକ୍ଷଙ୍କୁ ଅନ୍ୟ ସ୍ଥାନରେ ୫ ଏକର ଜମି ଦିଆଯାଉ  । ନମାଜ ପଢିବା ଓ ହିନ୍ଦୁ ପୂଜାର ପ୍ରମାଣ ରହିଛି  । ହାଇକୋର୍ଟ ଜମିକୁ ତିନି ଭାଗରେ ବିଭକ୍ତ କରିବାକୁ ନେଇଥିବା ନିଷ୍ପତି ଠିକ ନୁହେଁ  । ମନ୍ଦିର ନିର୍ମାଣ ପାଇଁ ନିୟମ କରିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଧଶ ।

    ମନ୍ଦିର ନିର୍ମାଣ ନିମନ୍ତେ କେନ୍ଦ୍ର ସରକାର ଏକ ଟ୍ରଷ୍ଟ କରି ନିୟମ ପ୍ରଣୟନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଆଜି ସକାଳ ସାଢେ଼ ୧୦ଟାରେ ସୁପ୍ରିମକୋର୍ଟରେ ମାମଲାର ଚୂଡ଼ାନ୍ତ ଶୁଣାଣୀ ଆରମ୍ଭ ହୋଇଥିଲା  । ପ୍ରଧାନ ବିଚାରପତି ରାୟ ପଢ଼ି ଶୁଣାଇଥିଲେ  ।

    ଅପରପକ୍ଷରେ ରାୟକୁ ନେଇ ଅପ୍ରୀତିକର ସ୍ଥିତି ସୃଷ୍ଟିର ଆଶଙ୍କା ରହିଥିବାରୁ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି  । କେବଳ ଅଯୋଧ୍ୟାରେ ହିଁ ୧୫ ହଜାର ଯବାନ ମୁତୟନ କରାଯାଇଛି  ।

    ସୁରକ୍ଷାକୁ ଆଖି ଆଗରେ ରଖି ଉତରପ୍ରଦେଶ, ଜାମ୍ମୁକାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ସ୍କୁଲ କଲେଜକୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି  । ହାଇଦ୍ରାବାଦ, ବେଙ୍ଗାଲୁର, ଭୋଦରଦା ଭଳି ସହରରେ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି  । ଜାମ୍ମୁକାଶ୍ମୀରର ୧୦ ଜିଲ୍ଲା, ରାଜସ୍ଥାନର କୋଟା ଓ ଜୟପୁର ଏବଂ ଉତରାଖଣ୍ଡର ସମସ୍ତ ସମ୍ବେଦନଶୀଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି  । ଅପରପକ୍ଷରେ ଓଡ଼ିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି  । ଏହି ପ୍ରସଙ୍ଗରେ ହ୍ୱାଟସଆପ, ଟୁଇଟର, ଫେସବୁକ ଭଳି ସୋସିଆଲ ମିଡ଼ିଆରେ କେହି ହିଂସା ବା ବିଦ୍ୱେଷପୂର୍ଣ୍ଣ ବାର୍ତା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଚେତାଇ ଦେଇଛି । ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ୟକ୍ତିବିଶେଷ ବିରୋଧରେ ଏନଏସଏ ଲାଗୁ କରିବାକୁ ଚେତାବନୀ ଦିଆଯାଇଛି  ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook