ମୁଖ୍ୟ ଖବର
ନୂଆଦିଲ୍ଲୀ : ଅଯୋଧ୍ୟା ପ୍ରସଙ୍ଗରେ କି ରାୟ ଦେବେ ସୁପ୍ରିମକୋର୍ଟ ? ଏହା ଉପରେ ଏବେ ସାରା ଦେଶର ନଜର । ଦୀର୍ଘବର୍ଷ ପରେ ଏହି ଧାର୍ମିକ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ଦେବାକୁ ଯାଉଛନ୍ତି ସର୍ବୋଚ୍ଚ ଅଦାଲତ । ଏଥିପାଇଁ ବିଭିନ୍ନ ରାଜ୍ୟରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । କେବଳ ଅଯୋଧ୍ୟାରେ ହିଁ ୧୫ ହଜାର ଯବାନ ମୁତୟନ କରାଯାଇଛି ।
ସୁରକ୍ଷାକୁ ଆଖି ଆଗରେ ରଖି ଉତରପ୍ରଦେଶ, ଜାମ୍ମୁକାଶ୍ମୀର, ଦିଲ୍ଲୀ, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ସ୍କୁଲ କଲେଜକୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ହାଇଦ୍ରାବାଦ, ବେଙ୍ଗାଲୁର, ଭୋଦରଦା ଭଳି ସହରରେ ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି । ଜାମ୍ମୁକାଶ୍ମୀରର ୧୦ ଜିଲ୍ଲା, ରାଜସ୍ଥାନର କୋଟା ଓ ଜୟପୁର ଏବଂ ଉତରାଖଣ୍ଡର ସମସ୍ତ ସମ୍ବେଦନଶୀଳ ଅଂଚଳରେ ୧୪୪ ଧାରା ଜାରି କରାଯାଇଛି । ଅପରପକ୍ଷରେ ଓଡ଼ିଶାର କଟକ, ଭଦ୍ରକ ଓ କେନ୍ଦ୍ରାପଡ଼ା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ଏହି ପ୍ରସଙ୍ଗରେ ହ୍ୱାଟସଆପ, ଟୁଇଟର, ଫେସବୁକ ଭଳି ସୋସିଆଲ ମିଡ଼ିଆରେ କେହି ହିଂସା ବା ବିଦ୍ୱେଷପୂର୍ଣ୍ଣ ବାର୍ତା ଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଚେତାଇ ଦେଇଛି । ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ୟକ୍ତିବିଶେଷ ବିରୋଧରେ ଏନଏସଏ ଲାଗୁ କରିବାକୁ ଚେତାବନୀ ଦିଆଯାଇଛି ।
Comments ସମସ୍ତ ମତାମତ