Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରେମିକର ପ୍ରେମିକାକୁ ମାରିବାକୁ ଉଦ୍ୟମ

    Share on :
    ajab-Image
    Date: Oct 18, 2020    Views: 3134

    ଭୁବନେଶ୍ୱର : ପାହାଡ଼ ଉପରକୁ ଦେଖା କରିବାକୁ ଡାକି ଜଣେ ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଘଟଣା ସାମନାକୁ ଆସିଛି  । ଏହି ଘଟଣାରେ ଏୟାରଫିଲ୍ଡ ଥାନା ପୁଲିସ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି  ।

    ପ୍ରେମିକାର ଚରିତ୍ରକୁ ସନେ୍ଦହ କରି ପ୍ରେମିକ ଏଭଳି କାଣ୍ଡ ଭିଆଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି  । ଘଟଣାଟି ଘଟିଛି ଜାମୁକୋଳି ଗାଁ ନିକଟ ଲବଣଗିରି ପାହାଡ଼ରେ  । ଏୟାପୋର୍ଟ ଥାନା ଅଧିନ ଗଙ୍ଗନଗରର ଶଙ୍କର ସାହୁ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ  । ଯୁବତୀଙ୍କ ଚରିତ୍ରକୁ ନେଇ ଶଙ୍କର ମନରେ ସନେ୍ଦହ ଥିଲା  । ସେ ଗତ ୧୫ ତାରିଖରେ ଯୁବତୀଙ୍କୁ ନେଇ ଲବଣଗିରି ପାହାଡ଼କୁ ଯାଇଥିଲେ  । ସେଠାରେ ରାଗରେ ଶଙ୍କର ଯୁବତୀଙ୍କ ତଣ୍ଟି ଚିପି ଦେଇଥିଲେ  । ତେବେ କୌଶଳକ୍ରମେ ଯୁବତୀ ସେଠାରୁ ଖସି ପଳାଇ ଆସିଥିଲେ  ।

    Maximum 500 characters

    ତାଜା ଖବର View all

    Find Us on Facebook