ମୁଖ୍ୟ ଖବର
ଭୁବନେଶ୍ୱର: ଉପôାତ କରୁଛନ୍ତି ଦେହଜୀବୀ । ଗ୍ରାହକଙ୍କୁ ନେଇ ନିଜ ନିଜ ଭିତରେ ଟଣାଓଟରା ହେବା ବେଳେ ପୁଲିସ ବାଧା ଦେବାରୁ ପିସିଆର ଭ୍ୟାନ୍କୁ ଢେ଼ଲାମାଡ କରିଛନ୍ତି । ଢେ଼ଲାମାଡରେ ଭ୍ୟାନ୍ରେ କାଚ ଭାଙ୍ଗିଥିବା ବେଳେ ସେଥିରେ ଥିବା ପୁଲିସ କର୍ମଚାରୀ ଅଳ୍ପକେ ବର୍ତି ଯାଇଛନ୍ତି । ମାଷ୍ଟରକ୍ୟାଂଟିନ ବସଷ୍ଟାଣ୍ଡରେ ଏଭଳି ଘଟଣା ଘଟିଛି । କ୍ୟାପିଟାଲ ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ ।
ସୂଚନା ମୁତାବକ, ଅଶୋକନଗରରେ କେତେକ ଦେହଜୀବୀ ବିଳମ୍ବିତ ରାତିରେ ପାଟିତୁଣ୍ଡ କରିବା ସହ ହାତାହାତି ହୋଇଥିଲେ । ସେଠାରେ ପେଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ୍ର କର୍ମଚାରୀ ସେମାନଙ୍କୁ ସେଠାରୁ ବିଦା କରି ଦେଇଥିଲେ । ସେଠାରୁ ସେମାନେ ଆସି ପୁଣି ମାଷ୍ଟର କ୍ୟାଂଟିନ ବସଷ୍ଟାଣ୍ଡରେ ହାତାହାତି ହୋଇଥିଲେ । ପୋଲିସ ପୁଣି ଘଟଣାସ୍ଥଳରେ ପହଁଚିଥିଲା । ସେଠାରୁ ପୁଣି ଥରେ ସେମାନଙ୍କୁ ଘଉଡେଇବାକୁ ଉଦ୍ୟମ କରିବାରୁ ସେମାନେ ଉତ୍କ୍ଷିପ୍ତ ହୋଇଯାଇଥିଲେ । ସେମାନେ ପୋଲିସକୁ ଆକ୍ରମଣ କରିବାକୁ ଗୋଡାଇଥିଲେ । ପୋଲିସ ପଛଘୁଂଚା ଦେବାରୁ ସେମାନେ ଭ୍ୟାନ ଉପରକୁ ଟେକା ମାଡ କରିଥିଲେ । ଫଳରେ ଗାଡିର କାଚ ଭାଙ୍ଗି ଯାଇଥିଲା ।
Comments ସମସ୍ତ ମତାମତ