Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଭକ୍ତଙ୍କୁ ଖଣ୍ଡାରେ ହାଣିଦେଲେ ସେବାୟତ

    Share on :
    ajab-Image
    Date: Feb 12, 2020    Views: 2658

    ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ପବିତ୍ର ଶକ୍ତିପିଠ ମାଁ ତାରା ତାରିଣୀଙ୍କ ପିଠରେ  ମୋଟା ଅଙ୍କର ଦକ୍ଷିଣା ନ ଦେବାରୁ ଦୁଇ ଜଣ ଭକ୍ତଙ୍କୁ ଖଣ୍ଡାରେ ହାଣି ଦେଲେ କିଛି ସେବାୟତ । ଗୁରୁତର ଭାବେ ଆହାତ ହୋଇଥିବା ଦୁଇ ଜଣ ଭକ୍ତ ଏବେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଜଣେ ଗୁରୁତର ଯୁବକଙ୍କ ହାତରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡ଼ିଛି ।

    ସୁଚନା ମୁତାବକ ଗତକାଲି ଅପରାହ୍ନରେ କୋଦଳା ଅଞ୍ଚଳର ନାରାୟଣ ପ୍ରଧାନ ଓ ସୁଦାମ ମହାରଣା ନିଜ ସାଥିଙ୍କ ସହ ବସ ପୂଜା ନିମନ୍ତେ ମାଆ ତାରା ତାରିଣୀଙ୍କ ପିଠକୁ ଆସିଥିଲେ । ପୂଜା ଅର୍ଚ୍ଚନା ସରିବା ପରେ ସେବକ ୫ ହଜାର ଟଙ୍କା ଦକ୍ଷିଣା ବାବଦକୁ ଅର୍ଥ ଦାବି କରିଥିଲେ । ହେଲେ ଏତେ ଟଙ୍କା ଦକ୍ଷିଣା ଦେବାକୁ ମନା କରିବା ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ପରେ ସେବାୟତ ଜଣକ ମନ୍ଦିରରେ ପୂଜା କରୁଥିବା ଅନ୍ୟ ସେବାୟତଙ୍କୁ ଡାକି ଥିଲା ଏହା ପରେ ପାଖରେ ରଖିଥିବା ଏକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଜଣ ସେବାୟତଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । 

    Maximum 500 characters

    ଆଂଚଳିକ View all

    Find Us on Facebook