ମୁଖ୍ୟ ଖବର
ଭୁବନେଶ୍ୱର: ପାରିବାରିକ କଳହକୁ ନେଇ ଶ୍ୱଶୁରଙ୍କୁ ଛୁରି ଭୁସି ଦେଇଛି ଜ୍ୱାଇଁ । ଲକ୍ଷ୍ମିସାଗର ଥାନାରେ ଏହି ଅଭାବନୀୟ ଘଟଣା ଘଟିଛି । ଛୁରାମାଡ଼ରେ ଆହତ ଶ୍ୱଶୁରଙ୍କ ଅବସ୍ଥା ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଫେରାର ହେବା ପୂର୍ବରୁ ଜ୍ୱାଇଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଅଭିଯୁକ୍ତ ହେଲେ ଭୁବନେଶ୍ୱର କୁଳିସାହିରେ ରହିଥିବା ଜଙ୍କିଆ ସିକୋ ଅଞ୍ଚଳର ସଦାନନ୍ଦ ମାହାର । ଆହତ ଶ୍ୱଶୁର ହେଉଛନ୍ତି ଖୋର୍ଦ୍ଧା ବାଲୁଗାଁ ବ୍ରହ୍ମକୁଶଡିହା ଗାଁର ରମେଶ ନାୟକ । ସୂଚନା ମୁତାବକ ୫ ମାସ ତଳେ ରମେଶଙ୍କ ଝିଅ ନନ୍ଦିନୀଙ୍କୁ ସଦାନନ୍ଦ ବିବାହ କରିଥିଲା । ଝିଅ ନନ୍ଦିନୀଠାରୁ ଫୋନ କଲ ପାଇବା ପରେ ରମେଶ ଓ ତାଙ୍କ ପତ୍ନୀ ବୈଦେହୀ ଲକ୍ଷ୍ମୀସାଗର ଥାନା ଅଞ୍ଚଳ କୁଳସାହିରେ ରହୁଥିବା ଝିଅ ଜ୍ୱାଇଁଙ୍କ ପାଖକୁ ଆସିଥିଲେ । କୌଣସି କାରଣରୁ ସେଠାରେ ଶ୍ୱଶୁର ଓ ଜ୍ୱାଇଁ ମୁହାଁମୁହିଁ ହୋଇଥିଲେ । ରାଗରେ ସଦାନନ୍ଦ ଶ୍ୱଶୁର ରମେଶଙ୍କୁ ଗାଳିଗୁଲଜ କରିବା ସହ ଛୁରି ଭୁସି ଦେଇଥିଲା । ଲକ୍ଷ୍ମୀସାଗର ଥାନା ପୁଲିସ ସେଠାରେ ପହଞ୍ଚି ରମେଶଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବା ସହ ସଦାନନ୍ଦଙ୍କୁ ଗିରଫ କରିଥିଲା । ତା ଠାରୁ ଆକ୍ରମଣରେ ବ୍ୟବହୃତ ଛୁରୀକୁ ମଧ୍ୟ ପୁଲିସ ଜବତ କରିଛି ।
Comments ସମସ୍ତ ମତାମତ