ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନର ..."/> ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନର ...">
ମୁଖ୍ୟ ଖବର
ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ଅର୍ଥ ମନ୍ତ୍ରାଳୟ ୨୭ ରାଜ୍ୟଙ୍କୁ ପୁଞ୍ଜି ବ୍ୟୟ ବାବଦ ୯୮୮୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁରି କରିଛି । ଡିସେମ୍ବର ୮ ସୁଦ୍ଧା ଏହି ରାଶି ମଞ୍ଜୁରି ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତାମିଲନାଡୁକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟ ଏହି ଯୋଜନାର ଲାଭ ଉଠାଇଛନ୍ତି । ଏହି ଅଧୀନରେ ବର୍ତ୍ତମାନ ସୁଦ୍ଧା ୪,୯୪୦ କୋଟି ଟଙ୍କା ଜାରି କରାଯାଇ ସାିରଛି । ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ପ୍ରକଳ୍ପ ଗୁଡ଼ିକ ପାଇଁ ଏହି ରାଶି ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିରେ ଉତ୍ତରପ୍ରଦେଶକୁ ସବୁଠାରୁ ଅଧିକ ୭୫୦ କୋଟି ଟଙ୍କା ମିଳିଛି । ବିହାରକୁ ୪୨୧ କୋଟି ଏବଂ ମଧ୍ୟପ୍ରଦେଶକୁ ୩୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଅକ୍ଟୋବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋତ୍ସାହନ ପ୍ୟାକେଜର ଦ୍ୱିତୀୟ ପର୍ଯ୍ୟାୟରେ ଏହାର ଘୋଷଣା କରିଥିଲେ । ଏଥିରେ ରାଜ୍ୟକୁ ପୁଞ୍ଜି ବାବଦ ୧୨,୦୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ୫୦ ବର୍ଷ ପାଇଁ ଦେବା ଲାଗି ଘୋଷଣା କରାଯାଇଥିଲା ।
Comments ସମସ୍ତ ମତାମତ