Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଆତ୍ମନିର୍ଭର ଭାରତ ଅଭିଯାନ, ଜାଣନ୍ତୁ କ’ଣ ଘୋଷଣା କଲେ ସରକାର ?

    Share on :
    ajab-Image
    Date: May 16, 2020    Views: 3094

    ନୂଆଦିଲ୍ଲୀ : ଦେଶରେ ନିବେଶ ବୃଦ୍ଧି ପାଇବ  । କଳ କାରଖାନା ଗଢ଼ି ଉଠିବ  । ସ୍ୱଦେଶୀ ବ୍ରାଣ୍ଡର ବିକାଶ ହେବ  । ଏହା ସହ ତାଳଦେଇ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ  । ଏମିତି ଏକ ଲକ୍ଷ୍ୟ ନେଇ ଆତ୍ମନିର୍ଭର ଭାରତ ଅଭିଯାନରେ ନୂଆ ପ୍ୟାକେଜ ଓ ସଂସ୍କାର ସମ୍ପର୍କରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର  । 

    ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ସୀତାରମନ କହିଲେଯେ, କ୍ଷମତାସମ୍ପନ୍ନ ସଚିବସ୍ତରୀୟ କମିଟି ଦ୍ୱାରା ଫାଷ୍ଟ ଟ୍ରାକ ଭିତିରେ ନିବେଶକୁ ମଂଜୁରୀ ପ୍ରଦାନ କରାଯିବ  । ସମସ୍ତ ମନ୍ତ୍ରଣାଳୟରେ ପ୍ରକଳ୍ପ ବିକାଶ ସେଲ ଖୋଲାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ନିବେଶକମାନଙ୍କ ସହ ସମନ୍ୱୟ ସ୍ଥାପନ କରାଯିବ  । ନୂତନ ନିବେଶକୁ ଆକôୃଷ୍ଟ କରିବା ପାଇଁ ରାଜ୍ୟମାନଙ୍କର ଏକ ର୍ୟାକିଂ ପ୍ରସ୍ତୁତ କରାଯିବ  । ସୋଲାର ପିଭି ମାନୁପାକଚରିଂ ଓ ଆଡ଼ଭାନ୍ସଡ଼ ସେଲ ବ୍ୟାଟେରୀ ଷ୍ଟୋରେଜ ଭଳି ନୁତନ କ୍ଷେତ୍ରରେ ନିବେଶ ପାଇଁ ନିବେଶକମାନଙ୍କୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି  ।
    ଶିଳ୍ପ ଭିତିଭୂମିର ଉନ୍ନତିକରଣ ଉପରେ ବି ଗୁରୁତ୍ୱାରୋପ କରାଯାଇଛି  । ସେହିପରି ଶିଳ୍ପ ପାଇଁ ଉଦ୍ଧିଷ୍ଟ ଜମି ବ୍ୟାଙ୍କ ସଂକ୍ରାନ୍ତରେ ଜିଆଇଏସ ମ୍ୟାପିଂ ଓ ଶିଳ୍ପ ସୂଚନା ବ୍ୟବସ୍ଥା (ଆଇଆଇଏସ) ଜରିଆରେ ସୂଚନା ପ୍ରଦାନ କରାଯିବ  । ଆଇଆଇଏସ ମାଧ୍ୟମରେ ୫ ଲକ୍ଷ ହେକ୍ଟରର ଜମି ଉପରେ ଥିବା ୩୩୭୬ ଶିଳ୍ପ ପାର୍କ ଓ ଏସଇଜେଡ଼ି ଆଦି ସମ୍ପର୍କରେ ସୂଚନା ପ୍ରଦାନ କରାଯିବ  । ୨୦୨୦-୨୧ରେ ସମସ୍ତ ଶିଳ୍ପ ପାର୍କର ମଧ୍ୟ ର୍ୟାକିଂ କରାଯିବ  ।

    କୋଇଲା ଉପôାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ କୋଇଲା ଉପôାଦନ ବୃଦ୍ଧି କରାଯିବ  । କୋଇଲା ଦରକୁ ଟନ ହିସାବରେ ହିସାବ ନକରାଯାଇ ରାଜସ୍ୱ ସେୟାରିଂ ବ୍ୟବସ୍ଥା ଲାଗୁ ହେବ  । ସେହିପରି ପୂର୍ବରୁ କେବଳ କ୍ୟାପଟିଭ ଉପଭୋକ୍ତାଙ୍କୁ କୋଇଲା ବ୍ଲକ ଦେବା ପାଇଁ ବ୍ୟବସ୍ଥା ଥିବାବେଳେ ଏବେ ଯିଏ ଚାହିଁବେ ବିଡ଼ ଦାଖଲ କରି ଖଣି ନେଇପାରିବେ  । ତାକୁ ଖୋଲାବଜାରରେ ମଧ୍ୟ ବିକ୍ରି କରିପାରିବେ  । ଖୁବଶୀଘ୍ର ୫୦ କୋଇଲା ବ୍ଲକ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେବବୋଲି ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି  । ଏତଦବ୍ୟତୀତ ପୂର୍ବରୁ ସମ୍ପୂର୍ଣ୍ଣ ଉତୋଳନ ହୋଇପାରୁଥିବା କୋଇଲା ବ୍ଲକକୁ ନିଲାମ କରାଯାଉଥିବାବେଳେ ଏବେ ଆଂଶିକ ଉପôାଦନକ୍ଷମ ବ୍ଲକ ମଧ୍ୟ ନିଲାମ ହେବ  । କୋଇଲା କ୍ଷେତ୍ରରେ ୫୦ ହଜାର କୋଟିର ନିବେଶ ଲକ୍ଷ୍ୟ ରଖାଯାଇଛି  । କୋଲ ଗ୍ୟାସିଫିକେସନ ଉପରେ ବି ଗୁରୁତ୍ୱାରୋପ କରାଯାଇଛି  ।

    ଖଣି କ୍ଷେତ୍ରରେ ବେସରକାରୀ ନିବେଶ ବୃଦ୍ଧି ପାଇଁ ମଧ୍ୟ ସଂସ୍କାର ଅଣାଯାଇଛି  । ଏଥିପାଇଁ ୫୦୦ ଖଣି ନିଲାମ କରାଯିବ  । ଆଲୁମିନିୟମ ଶିଳ୍ପରେ ବିଜୁଳି ଖର୍ଚ୍ଚ ହ୍ରାସ ପାଇଁ ବକ୍ସାଇଟ ଓ କୋଇଲା ବ୍ଲକକୁ ଯୁଗ୍ମ ଭାବେ ନିଲାମ କରିବାର ବି ବ୍ୟବସ୍ଥା କରାଯାଇଛି  । ସେହିପରି କ୍ୟାପଟିଭ ଓ ନନକ୍ୟାପଟିଭ ଖଣି ବ୍ୟବସ୍ଥା ଉଚ୍ଛେଦ କରାଯାଇଛି  । ଯାହାଫଳରେ ଲିଜଧାରୀମାନେ ନିଜର ବଳକା ଖଣିଜ ଦ୍ରବ୍ୟ ବିକ୍ରି କରିପାରିବେ  । ସ୍ୱଦେଶୀ କୌଶଳରେ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବ  । ପ୍ରତିରକ୍ଷା ଉପôାଦନ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଲକ୍ଷ୍ୟ ରଖାଯାଇଛି । କେତେକ ଅସ୍ତ୍ରଶସ୍ତ୍ର ଆମଦାନୀକୁ ଆଉ ଅନୁମତି ମିଳିବ ନାହିଁ  । ବିମାନ ଉଡ଼ାଣ ଖର୍ଚ୍ଚ ବାର୍ଷିକ ୧ ହଜାର କୋଟି ଟଙ୍କା ହ୍ରାସ କରିବାକୁ ମଧ୍ୟ କେନ୍ଦ୍ର ସରକାର ଯୋଜନା କରିଛନ୍ତି  । ବିଶ୍ୱସ୍ତରୀୟ ବିମାନ ବନ୍ଦର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି  । ପିପିପି ମୋଡ଼ରେ ୧୨ ବିମାନ ବନ୍ଦର ପାଇଁ ବେସରକାରୀ ସଂସ୍ଥାଗୁଡ଼ିକ ପ୍ରାୟ ୧୩ ହଜାର କୋଟି ଟଙ୍କାର ନିବେଶ କରିବେ ବୋଲି ଜାଣିବାକୁ ମିଳିଛି  । ଖୁବଶୀଘ୍ର ଆଉ ୬ ବିମାନବନ୍ଦର ପାଇଁ ମଧ୍ୟ ନିଲାମ ପ୍ରକ୍ରିୟା ଆରମ୍ଭ ହେବ  ।

    ଡିସକମ କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ  । ଡିସକମର ଅପାରଗତା ପାଇଁ ଉପଭୋକ୍ତାଙ୍କ ଉପରେ ବୋଝ ଲଦି ଦିଆଯିବନାହିଁ  । ଲୋଡ଼ ସେଡ଼ିଂ ହେଲେ ଜରିମାନା ଗଣିବାକୁ ପଡ଼ିବ  । ଏନେଇ ସଂସ୍କାରମୂଳକ ନୀତି ଆସିବ ବୋଲି ସୂଚନା ଦିଆଯାଇଛି  । କେନ୍ଦ୍ରଶାସିତ ଅଂଚଳରେ ବିଦୁ୍ୟତ ବିତରଣକୁ ବେସରକାରୀ ସଂସ୍ଥାଙ୍କ ହାତକୁ ଟେକି ଦେବାକୁ ମଧ୍ୟ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି  । ସାମାଜିକ ଭିତିଭୂମିରେ ୮୧୦୦ କୋଟି ଟଙ୍କାର ବେସରକାରୀ ନିବେଶ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି  । ମହାକାଶ ସଂକ୍ରାନ୍ତୀୟ କ୍ଷେତ୍ରରେ ବି ବେସରକାରୀ ନିବେଶକୁ ପ୍ରୋତ୍ସାହିତ କରାଯିବ  । ସେମାନେ ବି ସାଟେଲାଇଟ ପ୍ରେରଣ କରିପାରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook