Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଟିଏମରୁ ଟଙ୍କା ଉଠାଣ କୋହଳ ଅବଧି ୩୦ ରେ ସରିବ

    Share on :
    ajab-Image
    Date: Jun 28, 2020    Views: 4555

    ନୂଆଦିଲ୍ଲୀ:କରୋନା ମହାମାରୀ ଓ ଲକଡାଉନ ପରିପ୍ରେକ୍ଷୀରେ ସରକାର ବିଭିନ୍ନ ବ୍ୟାଙ୍କିଙ୍ଗ ନିୟମକୁ କୋହଳ କରିଥିଲେ । ଏଟିଏମରୁ ଟଙ୍କା ଉଠାଣ ଓ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଟଙ୍କା ଜମା ନିୟମକୁ ଜୁନ ୩୦ ପର୍ଯ୍ୟନ୍ତ କୋହଳ କରାଯାଇଥିଲା । ଜୁନ ୩୦ ପର୍ଯ୍ୟନ୍ତ ଏଟିଏମରୁ ଟଙ୍କା ଉଠାଣ ଉପରେ ବ୍ୟାଙ୍କ ପକ୍ଷରୁ ଆଦାୟ କରାଯାଉଥିବା ଟ୍ରାଞ୍ଜାକସନ ଚାର୍ଜକୁ ପ୍ରତ୍ୟାହାର କରି ନିଆଯାଇଥିଲା । ଯଦି ୩୦ ତାରିଖ ସୁଦ୍ଧା ନିୟମ କୋହଳ ଅବଧିକୁ ବୃଦ୍ଧି ପାଇଁ ଅର୍ଥ ମନ୍ତ୍ରାଳୟ ଘୋଷଣା ନ କରେ ତାହା ହେଲେ ଜୁଲାଇ ପହିଲାରୁ ପୁଣି ପୁରୁଣା ନିୟମ କାର୍ଯ୍ୟକାରୀ ହେବ । ଅର୍ଥାତ ଗ୍ରାହକଙ୍କୁ ବିଭିନ୍ନ ବ୍ୟାଙ୍କର ପୂର୍ବ ନିୟମ ଅନୁସାରେ ବିଭିନ୍ନ ଚାର୍ଜ ଦେବାକୁ ପଡ଼ିବ । ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏଟିଏମରୁ ଟଙ୍କା ଉଠାଣ ଓ ସର୍ବନିମ୍ନ ବ୍ୟାଙ୍କ ଜମା ରାଶି ରଖିବା ନେଇ ଭିନ୍ନ ଭିନ୍ନ ନିୟମ ରହିଛି । ଅଧିକାଂଶ ବ୍ୟାଙ୍କ ସେମାନଙ୍କ ଜମାକାରୀଙ୍କୁ ଖାତାରେ ସର୍ବନିମ୍ନ ଜମା ରଖିବାକୁ କହିଥାନ୍ତି । ତାହା ଉଲ୍ଲଘଂନ ହେଲେ ସେ ବାବଦରେ ଜରିମାନା ଆଦାୟ କରିଥାନ୍ତି । ଅନେକ ବ୍ୟାଙ୍କ ସର୍ବନିମ୍ନ ଜମାରାଶି ସୀମାକୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ମଧ୍ୟରେ ଧାର୍ଯ୍ୟ କରିଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook