Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଜାତୀୟ କନିଷ୍ଠ ଦୌଡ଼କୁଦ : ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସହ ମୋଟ ୬ ପଦକ

    Share on :
    ajab-Image
    Date: Nov 7, 2019    Views: 495

    କଟକ : ଆନ୍ଧ୍ରପ୍ରଦେଶର ଗୁଣ୍ଡୁରଠାରେ ଚାଲିଥିବା ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ାବିତମାନେ ୨ ଟି ସ୍ୱର୍ଣ୍ଣ ସହ ମୋଟ ୬ ପଦକ ଜିତିବାରେ ସଫଳ ହୋଇଛନ୍ତି । ତେବେ ଶେଷ ଦିନ ଓଡ଼ିଶାର ତିନି ଜଣ ପ୍ରତିଯୋଗୀ କୌଣସି ପଦକ ପାଇବାରେ ସଫଳ ହୋଇନଥିଲେ । ୧୮ ବର୍ଷରୁ କମ୍ ବାଳିକା ୨୦୦ ମିଟର ଦୌଡ଼ରେ ମଧୁମିତା ଦେବ ଷଷ୍ଠ ସ୍ଥାନରେ, ୧୬ ବର୍ଷରୁ କମ୍ ବାଳିକା ୨୦୦ ମିଟର ଦୌଡ଼ରେ ମେରିମୁକ୍ତା ସୋରେଙ୍ଗ ସପ୍ତମ ସ୍ଥାନରେ, ୨୦ ବର୍ଷରୁ କମ୍ ବାଳିକା ୨୦୦ ମିଟର ଦୌଡ଼ରେ ଦୀପାଳି ମହାପାତ୍ର ପଞ୍ଚମ ସ୍ଥାନରେ ରହିଥିଲେ । ଏଥିପୂର୍ବରୁ ୧୪ ବର୍ଷରୁ କମ୍ ବାଳକ ଟ୍ରାଇଥଲନ୍ରେ ରାଜେନ୍ଦ୍ର ସିଦ୍ଧୁ ଓ ୧୬ ବର୍ଷରୁ କମ୍ ବାଳିକା ପେଣ୍ଟାଥଲନ୍ରେ ସବିତା ଟପ୍ପୋଙ୍କୁ ସ୍ୱର୍ଣ୍ଣ, ୨୦ ବର୍ଷରୁ କମ୍ ବାଳିକା ଲମ୍ବ ଡିଅାଁରେ ମନୀଷା ମେରେଲ୍ ଓ ୧୮ ବର୍ଷରୁ କମ୍ ବାଳିକା ଜାଭେଲିନ୍ରେ ଧନମତୀ ଖେସ୍ଙ୍କୁ ରୌପ୍ୟ, ୧୬ ବର୍ଷରୁ କମ୍ ବାଳିକା ଲମ୍ବ ଡିଅାଁରେ କାଜଲ ମାଝୀ ଓ ୧୪ ବର୍ଷରୁ କମ୍ ବାଳକ ଲମ୍ବ ଡିଅାଁରେ ରାଜେନ୍ଦ୍ର ସିଦ୍ଧୁଙ୍କୁ କାଂସ୍ୟ ପଦକ ମିଳିଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୭ ବାଳକ ଓ ୧୧ ବାଳିକା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook