Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ୨୦୧୭ରେ ପୃଥିବୀକୁ ଆସିଥିଲେ ଏଲିଏନ, ହାଭାଡର଼୍ ବୈଜ୍ଞାନିକଙ୍କ ଦାବି

    Share on :
    ajab-Image
    Date: Jan 4, 2021    Views: 2644

    ନୂଆଦିଲ୍ଲୀ : ଏଲିୟନ ସତରେ ଅଛନ୍ତି ତ ? ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବସତା ଅଛି ତ ? ଏହାକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି  । କିନ୍ତୁ ଏଯାବତ ଏହାର କୌଣସି ପ୍ରମାଣ ମିଳିନାହିଁ  । କିନ୍ତୁ ୨୦୧୭ରେ ପୃଥିବୀ ପୃଷ୍ଠ ଦେଇ ଏଲିୟନ ଆସିଥିଲେ ବୋଲି ହାଭାଡର଼୍ ବିଶ୍ୱ ବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି  । ଯାହା ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି  ।

    ହାଭାଡର଼୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏବି ଲୋଏବ କହିଛନ୍ତିଯେ, ୨୦୧୭ ଅକ୍ଟୋବର ୧୯ରେ  ଯେଉଁ ଉଲକା ଦେଖାଯାଇଥିଲା ତାହା ଉଲକା ନୁହେଁ  । ତାହା ଏଲିୟନଙ୍କ ଯାନ ବୋଲି ସେ ଦାବି କରିଛନ୍ତି  । ୟୂନିଭରସିଟି ଅଫ ହାୱାଇର ପାନ-ଷ୍ଟାର୍ସ୧ ଟେଲିସ୍କୋପରେ ଏହା ଦେଖିବାକୁ ମିଳିଛି ବୋଲି କହିଥିଲେ  । ୨୦୧୭ରେ ପୃଥିବୀ ପୃଷ୍ଠକୁ ମାଡ଼ି ଆସିଥିବା ଉଲକା ୧.୯୬ ଲକ୍ଷ ମାଇଲ ପ୍ରତି ଘଂଟାରେ ଗତି କରୁଥିଲା  । କିନ୍ତୁ ଉଲକା ଏତେ ତୀବ୍ର ଗତିରେ ଆସିପାରିବେନି ବୋଲି ସେ ଦାବି କରିଛନ୍ତି  ।

    ସେ କହିଛନ୍ତିଯେ, ସୂର୍ଯ୍ୟଙ୍କ ନିକଟକୁ ଆସିଲେ ଗତି ବୃଦ୍ଧି ପାଇଥାଏ  । ସୂର୍ଯ୍ୟଙ୍କ ଠାରୁ ଦୂରକୁ ଗଲେ ଗତି ଥମିଯାଏ  । କିନ୍ତୁ ଓଉମୁଆମୁଆ କ୍ଷେତ୍ରରେ ଏହା ଘଟିନଥିଲା  । ଏଠାରେ ସୂଚାଇ ଦିଆଯାଇପାରେଯେ, ଓଉମୁଆମୁଆକୁ ଉଲକା ବୋଲି ଗ୍ରହଣ କରିନିଆଯାଇଥିଲା  । ଖାଲି ସେତିକିନୁହେଁ ଧୂମକେତୁ ବା ଉଲକା ଭଳି ଓଉମୁଆମୁଆର ଲାଂଜ ନଥିଲା  । ଏହା ନିଜ ରାସ୍ତାରେ ଚକ୍କର କାଟୁଥିଲା  । ଯାହାକି ଅଜବ ଘଟଣା  । ତେଣୁ ଏଲିୟନମାନଙ୍କ ଯାନ ହିଁ ପୃଥିବୀ ପୃଷ୍ଠ ଦେଇ ଯାଇଥିଲା ବୋଲି ସେ ଦାବି କରିଛନ୍ତି  ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook