Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଧାନସଭାରେ ଖଣି ଦୁର୍ନୀତି ତାତି

    Share on :
    ajab-Image
    Date: Oct 5, 2020    Views: 3966

    ଭୁବନେଶ୍ୱର: ଆଜି ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।   ଏହି ଅବସରରେ ବିରୋଧୀ ଦଳ ନେତା  ପ୍ରଦୀପ୍ତ ନାୟକ ଖଣି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଭିଜିଲାନ୍ସ ମାମଲା ଥିବା ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ କିପରି ଲିଜ ମିଳିଲା ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ସେହିପରି ଖଣି ଲିଜରୁ ମୁଷ୍ଟିମେୟ ଅଫିସର ୧ ଲକ୍ଷ କୋଟି ଲୁଟି ନେଇଛନ୍ତି ।  ରାଜ୍ୟ ସରକାର କିଛି ଲୋକଙ୍କ ସହ ମିଶି ଏହା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ ଉତ୍ତର ମିଳୁନଥିବା ଶ୍ରୀ ନାୟକ କହିଛନ୍ତି ।

     ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଗୃହରେ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ୩ ବର୍ଷରେ ରାଜ୍ୟ ୯ଟି ଖଣିରୁ ୩୬୦୦ କୋଟି ରାଜସ୍ୱ ହରାଇଛି ।  ଏଥିପାଇଁ ସରକାର ଦାୟୀ । ଖଣି ଚୋରି ଓ ଦୁର୍ନୀତି ବ୍ୟାପକ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook