Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

    Share on :
    ajab-Image
    Date: Feb 15, 2020    Views: 3544

    ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀଙ୍କ ପକ୍ଷରୁ  ବାରମ୍ବାର ହଟ୍ଟଗୋଳ କରାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂକୁ ବିରୋଧ କରି ବିରୋଧୀଙ୍କ ପକ୍ଷରୁ ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା । ଯାହାକୁ ନେଇ  ବାଚସ୍ପତି ଶ୍ରୀ ପାତ୍ର ଦିନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଦେଇଛନ୍ତି । 

    ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିରୋଧୀ ହଟ୍ଟଗୋଳ କରିଥିଲେ ।   ବାଚସ୍ପତିଙ୍କ ରୁଲିଂକୁ ନେଇ ବିରୋଧୀଙ୍କ ହୋହଲ୍ଲା ଆରମ୍ଭ ହେବା ଫଳରେ ଦିନ ୧୧ଟା ୩୦ ଯାଏଁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଗୃହ ମୁଲତବୀ କରିଥିଲେ। 

    ପୁଣି ସାଢେ ୧୧ଟାରୁ ଅଳ୍ପ ସମୟ ଚାଲିବା ପରେ ଅର୍ଥାତ ୪ ମିନିଟ୍ ଚାଲିବା ପରେ ପୁଣି ସାମ୍ବାଦିକଙ୍କୁ ଗତକାଲିର ଗ୍ୟାଲେରିରେ ଅଫିସର ଉପସ୍ଥିତ ନଥିବା ପ୍ରସଙ୍ଗ ନଛାପିବା ପାଇଁ ଯେଉଁ ରୁଲିଂ ଦେଇଥିଲେ ବାଚସ୍ପତି ସେନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା ।  ଏହି ରୁଲିଂ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ଉଭୟ ବିରୋଧୀ ଦଳ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ନେତା ଏବଂ ବିଜେପି ଦଳ ମଧ୍ୟ ଏହି ରୁଲିଂ ପ୍ରତ୍ୟାହାର କରିବାକୁ ବାଚିସ୍ପତିଙ୍କୁ ଦାବୀ କରିଥିଲେ । ଏହାପରେ ଗୃହରେ ଉଭୟ ବିରୋଧୀ ଦଳ ପ୍ରବଳ ହଙ୍ଗାମା କରିଥିଲେ । ଏହା ସହ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି କରିଥିଲେ । 

    ତେବେ ଆଜି ଗୃହରେ ଗୋଳନ୍ଥରା ବସ୍ ଟ୍ରାଜେଡି ନେଇ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିବା କାର୍ୟ୍ୟ ଥିଲା । ବାଚସ୍ପତି ଉଭୟ ଦଳଙ୍କୁ ନିଜ ନିଜ ସିଟରେ ବସିବା ପାଇଁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ । ଫଳରେ ଗୃହ କାର୍ୟ୍ୟ ସୁରୁଖୁରୁରେ ଚାଲିପାରି ନଥିଲା । ତେଣୁ ଗୃହରେ ଶାନ୍ତି ପାଇଁ ବାଚସ୍ପତି ସୂର୍ୟ୍ୟ ପାତ୍ର ଦିନ ୩ଟା ଯଏଁ ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook