Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କାଲି ଯାଏଁ ଗୃହ ମୁଲତବୀ

    Share on :
    ajab-Image
    Date: Feb 14, 2020    Views: 3991

    ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଗୃହ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ । ଅଫିସର ଗ୍ୟାଲେରୀରେ ଜଣେ ବି ଅଫିସର ନ ଥିବାରୁ ତାରା ବାହିନୀପତି ଉଦବେଗ ପ୍ରକାଶ କରିବାରୁ ଗୃହରେ ପ୍ରବଳ ହଙ୍ଗାମା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।  

    ଆଜି ବିଧାନସଭା ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିଥିଲେ । ତେବେ ଶୋକ ପ୍ରସ୍ତାବ ନେଇ ଆଲୋଚନା ବେଳେ ଗୃହରେ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର ନ ଥିବାରୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ଉଦବେଗ ପ୍ରକାଶ କରିଥିଲେ । ଉଦବେଗ ନେଇ ଏଗୁଡିକ ରେକର୍ଡ ହେବ ନାହିଁ ବୋଲି ବାଚସ୍ପତି ରୁଲିଙ୍ଗ ଦେଇଥିଲେ । ଏହାପରେ ଗୃହରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳଓ ନାରାବାଜି କରିଥିଲେ। ହଟ୍ଟଗୋଳ ମଧ୍ୟରେ ଗୃହ କାର୍ୟ୍ୟ ଅଳ୍ପ ସମୟ ଚାଲିବା ପରେ କଂଗ୍ରେସ ବିଧାୟକ ସଚିବଙ୍କୁ ଚେୟାରରୁ ଟାଣି ଉଠାଇ ଦେଇଥିଲେ । ତେଣୁ ଗୃହକୁ ଶାନ୍ତ କରିବା ପାଇଁ ବାଚସ୍ପତି ସୂର୍ୟ୍ୟ ପାତ୍ର କାଲି ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook