ମୁଖ୍ୟ ଖବର
ଅନେକ ତାରକାଙ୍କୁ ବିଜେପି ପ୍ରାର୍ଥୀ କରିଛି । ଏହି କ୍ରମରେ ପୂର୍ବତନ କ୍ରିକେଟର ଅଶୋକ ଡିଣ୍ଡାଙ୍କୁ ବି ଦଳ ପ୍ରାର୍ଥୀ କରିଛି । ସେ ଚଳିତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ମୋୟନା ଆସନରୁ ଲଢ଼ିବେ । ଯେତେବେଳେକି ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତୃଣମୂଳ କଂଗ୍ରେସର ଟାଣୁଆ ନେତା ସଂଗ୍ରାମ କୁମାର ଦୋଲୁଇ ।
ଅଶୋକ ଦିଣ୍ଡା ୧୯୮୪ ମାର୍ଚ୍ଚ ୨୫ରେ ଜନ୍ମଗ୍ରହଣ କରିଥିଲେ । ସେ ଭାରତୀୟ ଟିମ ସହ ବେଙ୍ଗଲ, କୋଲକାତା ନାଇଟ ରାଇଡ଼ରସ, ରାଇଜିଂ ପୁନେ ସୁପରଜିଆଂଟ, ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର,ଦିଲ୍ଲୀ ଡେୟାର ଡେଭିଲସ, ପୁନେ ୱାରିୟରସ ଇଣ୍ଡିଆ ପକ୍ଷରୁ ଖେଳିଛନ୍ତି । ସେହିପରି ଗୋଆ ପକ୍ଷରୁ ମଧ୍ୟ ସେ ରଣଜୀ ଖେଳିଥିବାବେଳେ ଗତ ଫେବୃଆରୀ ୨ରେ ସେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ବେଙ୍ଗଲ ଟିମରୁ ସେ ବାଦ ପଡ଼ିଥିଲେ । ଯେଉଁଥିପାଇଁ ସେ ବେଙ୍ଗଳ ବଦଳରେ ଗୋଆ ଟିମରୁ ଖେଳିବାକୁ ବାଧ୍ୟ ହୋଇଥିଲେ ।
ରାଜନୀତିକ ଅଭିଜ୍ଞତା ନଥିଲେବି ସେ ନିକଟରେ ବିଜେପିରେ ଯୋଗ ଦେଇଥିଲେ । ବିଜେପି ତାଙ୍କର ଲୋକପ୍ରିୟତା ଉପରେ ଭରସା କରି ଟିକେଟ ଦେଇଥିବାବେଳେ ନିର୍ବାଚନ ଫଳାଫଳ କ’ଣ ହେବ ତାହାର ଉତର ସମୟ ହିଁ ଦେଇପାରିବ ।
Comments ସମସ୍ତ ମତାମତ