ମୁଖ୍ୟ ଖବର
ଭୁବନେଶ୍ୱର: ଯେଉଁମାନେ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲି କହୁଥିଲେ ସେମାନଙ୍କ ମୁଖା ଖୋଲିଯାଇଯାଇଛି । ଗଜପତି ମହାରାଜାଙ୍କ ମନ୍ତବ୍ୟ ପରେ କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି । ସେ କହିଛନ୍ତି ଯେ, ଗଜପତି ମହାରାଜା ସତକୁ ଭକ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି । ଗଜପତିଙ୍କ ଶେଷ ଚିଠି ଗୁରୁତ୍ୱପୂର୍ଣ୍ଣ । ହୃଦୟର ଭାବ ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲେ । ସାଲଭେଙ୍କୁ କାହିଁକି ନିଆଯାଇଥିଲା । ତାଙ୍କୁ ଦିଆଯାଇଥିବା ପଇସା କାହା ପଇସା ବୋଲି ସେ ପ୍ରଶ୍ନ କରିଛନ୍ତି । ଯେଉଁମାନେ ନିଜକୁ ଜଗନ୍ନାଥଙ୍କ ବଡ଼ ଭକ୍ତ ବୋଲି କହୁଥିଲେ ସେମାନଙ୍କ ମୁଖା ଖୋଲିଯାଇଯାଇଛି । ମନ ଭିତରେ ଦାମ୍ଭିକତା ଭାଙ୍ଗିଯାଇଛି ବୋଲି ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି ।
ଅନ୍ୟପକ୍ଷରେ ରଥଯାତ୍ରା ସମ୍ପର୍କରେ ଗଜପତିଙ୍କ ମନ୍ତବ୍ୟ ନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାରଙ୍କ ପରିଚାଳନାରେ ତ୍ରୁଟି ଥିଲା । ସରକାର କାହିଁକି ପରିଚାଳନା କମିଟି ସୁପାରିଶ ଗ୍ରହଣ କରିନଥିଲେ ତାହା ସ୍ପଷ୍ଟ କରିବା ଦରକାର ବୋଲି ସେ କହିଛନ୍ତି ।
ପ୍ରକାଶ ଯେ,ରଥଯାତ୍ରା ଘନଘଟା ନେଇ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ । ୨ ମାସ ପୂର୍ବରୁ ରଥଯାତ୍ରା ନେଇ ପ୍ରସ୍ତାବ ଦେଇଥିଲେ ବୋଲି କହିଥିଲେ ଗଜପତି । କିଭଳି ଭକ୍ତଶୂନ୍ୟ ରଥଯାତ୍ରା ହୋଇପାରିବ ସେ ନେଇ ଜଣାଇଥିଲେ । ଏପ୍ରିଲ ୨୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଗଜପତି । ପରିଚାଳନା କମିଟିର ଭାବନା ଚିଠି ଲେଖି ଜଣାଇଥିଲି ବୋଲି ସେ କହିଥିଲେ ।
ଗଜପତି କହିଥିଲେ ଯେ, ରଥ ନିର୍ମାଣ ହେଉ, ବିନା ଭକ୍ତରେ ରଥଯାତ୍ରା ପାଇଁ ଜଣାଇଥିଲି । ଜୁନ ୯ ତାରିଖରେ ହାଇକୋର୍ଟଙ୍କ ନିଷ୍ପତ୍ତି ଆସିଲା । ରଥଯାତ୍ରା ନେଇ ହାଇକୋର୍ଟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଲେ । ୨୩ରେ ରଥଯାତ୍ରା, ୯ରେ କୋର୍ଟ ନିଷ୍ପତ୍ତି, ୧୨ ଦିନ ଆଉ ରହିଲା । ରଥଯାତ୍ରା ଭଳି ପର୍ବକୁ ୧୨ ଦିନରେ ବି ନିଷ୍ପତ୍ତି ନେଉନାହାନ୍ତି । ସରକାର ନିଷ୍ପତ୍ତି ନେଇପାରିଥାନ୍ତେ । କେଉଁଠି କରିବାନି ବରଂ ପୁରୀରେ କରିବା । ସବୁ କଟକଣା ମାନି ରଥଯାତ୍ରା ନିଷ୍ପତ୍ତି ନେଇଥିଲେ, ସମସ୍ତେ ଖୁସି ହୋଇଥାନ୍ତେ । ରାଜ୍ୟ ସରକାରଙ୍କ ଓକିଲ ସବୁ ବିଗାଡିଲେ । ସରକାରଙ୍କୁ ଚିଠି ଲେଖିଲି, ସେ କେବେ ବି ଡାକି ପଚାରି ନାହାନ୍ତି । ଯେମିତି କାମ କରୁଥିଲେ, ବନ୍ଦ କରିବେ ବୋଲି ସନ୍ଦେହ ହେଲାନି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଥମ ଲାଇନ ପଢି ଚମକିଲୁ । ପ୍ରତିପକ୍ଷ ଓକିଲ କହିଲେ ୧୦/୧୨ ଲକ୍ଷ ଲୋକଙ୍କ ସମାଗମ ହେବ । ରାଜ୍ୟ ସରକାରଙ୍କ ଓକିଲ ତାକୁ ଗ୍ରହଣ କିରିନେଲେ କେମିତି ? ରାଜ୍ୟ ସରକାରଙ୍କ ଓକିଲ ହିଁ ସବୁ ବିଗାଡି ଦେଇଛନ୍ତି ।
ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ରାୟ ନେଇ ଗଜପତି କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ପରେ ମୋତେ କିଛି ବାଟ ଦେଖାଗଲାନି । ସିଙ୍ଗଲ ବେଂଚ କଣ ୩ ଜଣିଆ ବେଂଚ ରାୟ ପରିବର୍ତନ କରିପାରିବେ । ମହାପ୍ରଭୁ ବୋଧେ ନାଟ ଲଗାଇଲେ । ମାମଲାକୁ ଓଲଟାଇ ପୁଣି ମହାପ୍ରଭୁ ତାକୁ ସିଧା କରିଦେଲେ । ପ୍ରଭୁ ଜାଣିବାକୁ ଚାହୁଁଥିଲେ କିଏ କେମିତିକା ଲୋକ । ଅତ୍ୟନ୍ତ ତରବରିଆ ଭାବେ ସବୁ କାମ ହେଲା । ପରିଚାଳନା କମିଟି ନିଷ୍ପତ୍ତି ମାନିଥିଲେ ଯଥେଷ୍ଟ ସମୟ ମିଳିଥାନ୍ତା । ସରକାର କୋଭିଡ ଗାଇଡ ଲାଇନକୁ ଭଲରେ କରିପାରିଥାନ୍ତେ । ଶେଷ ମୂହୁର୍ତରେ ଅତ୍ୟନ୍ତ ତରବରିଆ ଭାବେ ସବୁ କାମ ହୋଇଛି ।
Comments ସମସ୍ତ ମତାମତ