Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

    ଅରୂପ ପଟ୍ଟନାୟକ ହେଲେ ଗୁଜରାଟରେ ଓଡ଼ିଶା ସରକାରଙ୍କ ପ୍ରତିନିଧି

    Share on :
    ajab-Image
    Date: Mar 31, 2020    Views: 2443

    ଭୁବନେଶ୍ୱର: ଓଡ଼ିଶାରୁ ଲକ୍ଷାଧିକ ଗରିବ ଲୋକ ସୁରଟ ସମେତ ଗୁଜରାଟର ବିଭିନ୍ନ ସ୍ଥାନରେ ରହି କାମ କରୁଛନ୍ତି । ସେମାନଙ୍କର ସମସ୍ୟା ବୁଝି ସମାଧାନ କରିବା ପାଇଁ ମୁମ୍ବାଇ ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଗୁଜରାଟରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି । ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ସେ କାମ କରିବେ । ମହାରାଷ୍ଟ୍ରର ପୂର୍ବତନ ଏସିପି ରାକେଶ ଶର୍ମା ଏହି କାମରେ ଶ୍ରୀ ପଟ୍ଟନାୟକଙ୍କୁ ସହାୟତା କରିବେ ।
    ଶ୍ରୀ ପଟ୍ଟନାୟକଙ୍କ ଏହି ନୂଆ ଦାୟିତ୍ୱ ସମ୍ପର୍କରେ ଗୁଜରାଟ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅସିତ ତି୍ରପାଠୀ ଲିଖିତ ଭାବେ ଅବଗତ କରାଇଛନ୍ତି । ଶ୍ରୀ ପଟ୍ଟନାୟକଙ୍କୁ ଆବଶ୍ୟକ ସହାୟତା ଓ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀ ତି୍ରପାଠୀ କହିଛନ୍ତି ।

    Maximum 500 characters

    ପ୍ରଶାସନ ଖବର View all

    Find Us on Facebook