ମୁଖ୍ୟ ଖବର
ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ରଙ୍ଗେଲଲୁଣ୍ଡା ବ୍ଲକ ଝଣ୍ଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଭୁବନାନନ୍ଦ ସାହୁଙ୍କ ୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ଏତେ ପରିମାଣ୍ଡର ସମ୍ପତ୍ତି କେଉଁଠୁ ଆଣିଲେ ସେ ନେଇ ଭୁବନାନନ୍ଦ ହିସାବ ଦେଇପାରିନଥିଲେ । ଗତକାଲି ଭୁବନାନନ୍ଦଙ୍କ ୧୦ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଥିଲା ।
ଭିଜିଲାନ୍ସ ପକ୍ଷରୁ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ସମୁଦାୟ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁର ବ୍ରହ୍ମନଗର ଠାରେ ୫ ମହଲା କୋଠା ମୂଲ୍ୟ ୧ କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଆକଳନ କରାଯାଇଛି । ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି । ସେହିପରି ଗୋପାଳପୁର ଏନଏସିର ୱାର୍ଡ ନମ୍ବର ୧ ରେ ଗୋଟିଏ କୋଠା, ବଳିୟାରସିଂହ ମୋଜାରେ ଗୋଟିଏ କୋଠା ଓ ବ୍ରହ୍ମପୁର ସହର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ ରହିଛି । ବ୍ରହ୍ମାନଗର ଥିବା ଏକ ଆଜବେଷ୍ଟସନ ଘରର ମୂଲ୍ୟ ୧୬ ଲକ୍ଷ ଟଙ୍କା, ଭୁବନେଶ୍ୱର ଫ୍ଲାଟର ମୂଲ୍ୟ ୨୮ ଲକ୍ଷ, ପୁରୀ ଫ୍ଲାଟର ମୂଲ୍ୟ ୬ ଲକ୍ଷ ଓ ନିମଖଣ୍ଡି ଦୋକାନ ଗୃହର ମୂଲ୍ୟ ୫ ଲକ୍ଷ ଟଙ୍କାର ଆକଳନ କରାଯାଇଛି । ୨୦ ଲକ୍ଷ ୭୪ ହଜାର ୮୯୫ ଟଙ୍କାର ଏଲଆଇସି ରହିଛି । ୮ ଲକ୍ଷ ୪୩ ହଜାର ୮୩୮ ଟଙ୍କାର ବ୍ୟାଙ୍କ ଜମା ରହିଛି । ନଗଦ ୯୪୭୦ ଟଙ୍କା ତାଙ୍କ ନିକଟରେ ରହିଥିବା ଏହି ଚଢ଼ଉ ବେଳେ ଜଣାପଡ଼ିଛି ।
Comments ସମସ୍ତ ମତାମତ