Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ନକଲି ବିଦେଶୀ ମଦ କାରଖାନା ଠାବ, ସ୍ବାମୀ-ସ୍ତ୍ରୀ ଗିରଫ

    Share on :
    ajab-Image
    Date: Jun 28, 2020    Views: 2360

    ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର ସହର ନିକଟରୁ ବିପୁଳ ପରିମାଣର ମୂଳବାନ କାଠ ଜବତ କରାଯିବା ସହ ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନା ଠାବ ହୋଇଛି। ଜୟପୁର ସହରର ଚିଲିଗୁଡାଠାରେ ଏକ ଘରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ଜାଣିବା ପରେ ଟାଉନ ଥାନା ପୁଲିସ ଓ ବନବିଭାଗର ମିଳିତ ଚଢ଼ାଉ ଜାରି କରାଯାଇଥିଲା। ସେଠାରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଥିଲା।
    ଏପରି କାର୍ୟ୍ୟ ସ୍ୱାମୀ ମହେନ୍ଦ୍ର କୁମାର ସାହୁ(୩୫) ଓ ସ୍ତ୍ରୀ ମଞ୍ଜୁଳା ସାହୁ(୩୦) ମିଶି ଦୁହେଁ କରୁଥିବା ଜଣାଯାଇଛି। ଉଭୟଙ୍କୁ ପୁଲିସ ଘଟଣାସ୍ଥଳରୁ ଗିରଫ କରିଛି। ଏଦୁହେଁ ପ୍ରାୟ ଦୁଇ ବର୍ଷ ଧରି ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦରେ ଅପମିଶ୍ରଣ କରି ବିକୁଥିଲେ ବୋଲି ଜଣାଯାଇଛି। ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

    Maximum 500 characters

    ଆଂଚଳିକ View all

    Find Us on Facebook