Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସ୍ବାମୀ ହତ୍ୟାକାରୀ ସ୍ତ୍ରୀ ସହ ଝିଅ ଗିରଫ

    Share on :
    ajab-Image
    Date: Jun 28, 2020    Views: 2858

    ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଥାନା କାଳିଆପୋଷ ଗାଆଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଗିରଫ କରାଯାଇଛି। ଗତ ଶୁକ୍ରବାର ରାତିରେ କାଳିଆପୋଷ ଗାଆଁର ଏତୁଆ ମୁଣ୍ଡାରୀ ଘରକୁ ମଦ ପିଇ ଆସିଥିଲେକ୍ଷ କୌଣସି କଥାକୁ କେନ୍ଦ୍ର କରି ପତ୍ନୀ ଓ ଝିଅଙ୍କ ସହ ଝଗଡ଼ା ହୋଇଥିଲା ।  ଏଥିରେ ରାଗି ଉଭୟ ମା ଓ  ଝିଅ ଠେଙ୍ଗାରେ ଏତୁଆଙ୍କୁ ପ୍ରହାର କରି ଥିଲେ ।  ଫଳରେ ଘଟଣାସ୍ଥଳରେ ଏତୁଆଙ୍କର ମୃତ୍ୟୁ ହୋଇଥିଲା।  ଏତୁଆଙ୍କ ଭଉଣୀ  ଏନେଇ ବିଶ୍ରା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ବିଶ୍ରା ଥାନା  ପୁଲିସ ପତ୍ନୀ ବନିତା ମୁଣ୍ଡାରୀ ଓ ଝିଅ ଲକ୍ଷ୍ମୀଙ୍କୁ ଗିରଫ କରିଥିବା ଜଣାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook