Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୪.୭୭ ଲକ୍ଷ ଟଙ୍କାର ଜାଲ ନୋଟ ଜବତ,୬ ଗିରଫ

    Share on :
    ajab-Image
    Date: Feb 13, 2020    Views: 2768

    ବ୍ୟାସନଗର: ଜାଲନୋଟ ର୍ୟାକେଟ ଲମ୍ବିଛି ଝାଡ଼ଖଣ୍ଡରୁ ଭୁବନେଶ୍ୱର ପର୍ଯ୍ୟନ୍ତ । ଉପକୂଳ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏହି ର୍ୟାକେଟର ନେଟୱାର୍କ ବିଛାଇ ହୋଇ ରହିଛି । ଯାଜପୁର ଜିଲ୍ଲାର ଦାନଗଦୀରେ ଗିରଫ ହୋଇଥିବା ଏହି ର୍ୟାକେଟର କେତେକ ସଦସ୍ୟଙ୍କ ଠାରୁ ଏହି ସୂଚନା ମିଳିଛି ।
    ର୍ୟାକେଟକୁ ଯାଜପୁର ରୋଡ ପୁଲିସ ଠାବ କରିଛି । ଦାନଗଦୀ ହାଟରୁ ଧରାପଡ଼ିଥିବା ଏହି ର୍ୟାକେଟ ଅନେକ ଦିନ ଧରି ବିଭିନ୍ନ ଜିଲ୍ଲାରେ ନେଟୱାର୍କ ବିଛାଇ ବେପାର ଚଳାଇଛି । ର୍ୟାକେଟର ୬ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ୪ ଲକ୍ଷ ୭୭ ହଜାର ଟଙ୍କାର ଜାଲ ନୋଟ ଜବତ କରିଛି । ରାଜଧାନୀ ଭୁବନେଶ୍ୱରରେ ର୍ୟାକେଟ ବେଶ ସକି୍ରୟ ଥିବା ସେମାନେ କହିଛନ୍ତି । 
    ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ସୂଚନା ମୁତାବକ, ଦାନଗଦୀ ହାଟରେ ଜାଲ୍ ନୋଟ କାରବାର ହେଉଥିବା ଖବର ପାଇ ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରିଥିଲା । ଘଟଣା ସ୍ଥଳରୁ ର୍ୟାକେଟ ମାଷ୍ଟରମାଇଣ୍ଡ ବୋଲାଉଥିବା ମଙ୍ଗଳପୁର ଥାନା ଛଞ୍ଚିଣା ଗ୍ରାମର ଅର୍ଜ୍ଜୁନ ବଳଙ୍କ ପୁଅ ଚନ୍ଦନ ବଳ ଓରଫ ଚକ୍ରମଣି (୩୫) ଏବଂ ଯାଜପୁର ରୋଡ ଥାନା ଦାନଗଦରା ବାଇଧର ସେଠୀଙ୍କ ପୁଅ ବାପିନ (୨୩) କୁ ପୁଲିସ କାବୁ କରିଥିଲା ।

    Maximum 500 characters

    ଆଂଚଳିକ View all

    Find Us on Facebook