ମୁଖ୍ୟ ଖବର
ଭୁବନେଶ୍ୱର: ଧରାପଡ଼ିଲା ହାତୀଦାନ୍ତ ଓ କଲରାପତରିଆ ଚମଡ଼ା ବେପାରୀ ର୍ୟାକେଟ । କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ଉକ୍ତ ଗ୍ୟାଙ୍ଗର ୪ ଜଣଙ୍କୁ ଭବାନୀପାଟଣାରୁ ଗିରଫ କରିଛି । ଏସଟିଏଫ ଟିମ ଗ୍ରାହକ ହୋଇ ଚୋରା ବେପାରୀଙ୍କ ପାଖରେ ପହଞ୍ଚିଥିଲା । ଗିରଫ ୪ ଜଣଙ୍କୁ ଧରି ଏସଟିଏଫ ଟିମ ଭୁବନେଶ୍ୱର ଆସୁଥିବା ଜଣାଯାଇଛି ।
ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭନ୍ନ ସମୟରେ ହାତୀଦାନ୍ତ ଓ କଲରାପତରିଆ ବାଘ ଚମଡ଼ାର ଚୋରାଚାଲାଣରେ ସକ୍ରିୟ ରହି ଏକ ରାକେଟ କାମ କରୁଥିଲା । ଏନେଇ ଅନେକ ସମୟରେ ସୂଚନା ମିଳୁଥିବା ବେଳେ ଆଜି ରାକେଟ୍ର ପର୍ଦ୍ଦାଫାସ କରିବାକୁ କରିବାକୁ କ୍ରାଇମବ୍ରାଞ୍ଚ ଗ୍ରାହକ ହୋଇ ସେଠାରେ ପହଂଚିଥିଲା । କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଗ୍ରାହକ ହୋଇ ଚମଡ଼ା କିଣିବାକୁ ଚୋରା ବେପାରୀଙ୍କ ପାଖେ ପହଞ୍ଚି ତାଙ୍କୁ କାବୁ କରିଥିଲା । ଏହି ଗ୍ୟାଙ୍ଗର ୪ଜଣ ଚୋରା ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ ।
Comments ସମସ୍ତ ମତାମତ