Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଫେରିଲେ ଅପରାଜିତା, ସେଲଫିକୁ ନେଇ ଚର୍ଚ୍ଚା

    Share on :
    ajab-Image
    Date: May 23, 2020    Views: 6899

    ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ଫେରିଛନ୍ତି । ଭୁବନେଶ୍ୱର ଫେରିବା ପରେ ତାଙ୍କୁ କାର୍ଯ୍ୟକର୍ତାମାନେ ସ୍ୱାଗତ କରିଛନ୍ତି  । ତେବେ ସେ ସଙ୍ଗରୋଧରେ ଥିବାବେଳେ ଏକ ସେଲଫିକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋରଧରିଛି  । ଅପରାଜିତାଙ୍କ ସହ ସେଲଫି ଉଠାଇ ତାଙ୍କର ସହଯୋଗୀ ସ୍ମିତା ସିଂହ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି  । ସଙ୍ଗରୋଧରେ ଥିବାବେଳେ ସେଲଫି ଉଠାଇବାର ଯଥାର୍ଥତାକୁ ନେଇ କେତେକ ପ୍ରଶ୍ନ କରିଥିବାବେଳେ ଅନ୍ୟ କେତେକ କିଛି ଅସୁବିଧା ନାହିଁ ବୋଲି ମତବ୍ୟକ୍ତ କରୁଥିବା ଦେଖିବାକୁ ମିଳିଛି  ।

    ମେ’ ୨୨ରେ ଅପରାଜିତା ଭୁବନେଶ୍ୱର ଫେରିଥିଲେ  । ଭୁବନେଶ୍ୱର ଫେରିବା ପରେ ତାଙ୍କର ସହଯୋଗୀ ଓ ସମର୍ଥକମାନେ ତାଙ୍କୁ ଶାରୀରିକ ଦୂରତା ରଖି ସ୍ୱାଗତ କରିଥିଲେ  । ସେମାନେ ସମସ୍ତେ ମାସ୍କ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା  । ତେବେ ଗତକାଲି ରାତି ୮ଟା ୧୯ରେ ଅପରାଜିତାଙ୍କ ସହଯୋଗୀ ସ୍ମିତା ସିଂହ ଏକ ସେଲଫି ଛାଡ଼ିଛନ୍ତି  । ଯେଉଁଥିରେ ସେ ଅପରାଜିତାଙ୍କ ସହ ସେଲଫି ଉଠାଇଥିବାବେଳେ ଅଲୱେଜ ଟୁଗେଦର ଆଫଟର ଏ ଲଙ୍ଗ ଟାଇମ ବୋଲି ଉଲ୍ଳେଖ କରିଛନ୍ତି  । ସେଲଫିରେ ଅପରାଜିତା କିମ୍ବା ସ୍ମିତା ସିଂହ କେହିବି ମାସ୍କ ମଧ୍ୟ ପିନ୍ଧିନାହାନ୍ତି । ଅପରାଜିତା ଏବେ ମେ’ ଫେୟାରରେ କ୍ୱାରେଂଟାଇନରେ ରହୁଥିବା କେତେକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି  । ତେବେ ସ୍ମିତା ସିଂହ ଅପଲୋଡ଼ କରିଥିବା ଫଟୋ ଏବେକାର ନା ପୂର୍ବର ଫଟୋ ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ  ।

    Maximum 500 characters

    ରାଜନୀତି View all

    Find Us on Facebook