Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ୨ ଟି୍ରଲିୟନ ଡଲାର କ୍ଲବରେ ପ୍ରବେଶ କଲା ଆପଲ୍

    Share on :
    ajab-Image
    Date: Aug 25, 2020    Views: 3144

    ନୂଆଦିଲ୍ଲୀ : ଆଇଫୋନ ନିର୍ମାଣ କରୁଥିବା ଆମେରିକୀୟ କମ୍ପାନୀ ଆପଲର ବ୍ୟାବସାୟିକ ସାମ୍ରାଜ୍ୟ ନିକଟରେ ଦୁଇ ଟି୍ରଲିୟନ ଡଲାର କ୍ଲବରେ ପ୍ରବେଶ କରିଛି । ଭାରତୀୟ ମୁଦ୍ରା ଅନୁସାରେ କମ୍ପାନୀର ମୂଲ୍ୟ ଏବେ ହେଉଛି ୧,୪୯,୮୫,୮୬୦ କୋଟି ଟଙ୍କା । ଆପଲର ସାମ୍ରାଜ୍ୟ ଏବେ ଭାରତ ଜିଡିପିର ଦୁଇ ତୃତୀୟାଂଶ ସହ ପ୍ରାୟ ସମାନ  । ସାଉଦି ଆରବର ତୈଳ କମ୍ପାନୀ ସାଉଦି ଆରାମକୋ ପରେ ଆପଲ ହେଉଛି ବିଶ୍ୱର ଦ୍ୱିତୀୟ ବଡ଼ କମ୍ପାନୀ  । ୧୯୭୬ରେ ଷ୍ଟିଭ ଜବସ, ଷ୍ଟିଭ ୱଜନିଆକ ଓ ରୋନାଲ୍ଡ ୱେନ ଏହାକୁ ସ୍ଥାପନ କରିଥିଲେ  । ଏକ ଟି୍ରଲିୟନ ଡଲାରର କମ୍ପାନୀ ହେବା ଲାଗି ଏହାକୁ ୪୨ ବର୍ଷ ସମୟ ଲାଗିଥିଲା  । ୨୦୧୮ରେ କମ୍ପାନୀ ସହ ସେହି ମାନ୍ୟତା ପାଇଥିଲା  । ଏହାର ଆଉ ମାତ୍ର ଦୁଇ ବର୍ଷ ଭିତରେ କମ୍ପାନୀ ନିଜ ମୂଲ୍ୟକୁ ଆଉ ଏକ ଟି୍ରଲିୟନ ଡଲାର ବଢ଼ାଇବାରେ ସକ୍ଷମ ହୋଇଛି  । ଆପଲର ମୂଲ୍ୟ ଏବେ ପାକିସ୍ତାନ ଡିଜିପିର ସାତ ଗୁଣ ସହ ସମାନ ହୋଇଥିବା ବେଳେ ଇଟାଲି, ବ୍ରାଜିଲ, କାନାଡା, ରୁଷିଆ, ସ୍ପେନ ଓ ଅଷ୍ଟ୍ରେଲିଆର ଜିଡିପିଠାରୁ ବଡ଼  ।

    Maximum 500 characters

    ଅର୍ଥନୀତି View all

    Find Us on Facebook