Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଥାନା ଯିବେ ଅପରାଜିତା

    Share on :
    ajab-Image
    Date: Jan 4, 2021    Views: 4998

    ଭୁବନେଶ୍ୱର: ଶୀର୍ଷକଟି ପଢିସାରିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।  ସାଂସଦ ଅପରାଜିତା ଷଡ଼ଙ୍ଗୀ ଏମିତି କି ଅପରାଧ  କଲେ ଯେ ଥାନାକୁ ଯିବେ । ଏହି  ପ୍ରଶ୍ନ ସମସ୍ତଙ୍କ ମନରେ  ଆସୁଥିବ । ତେବେ ସେ କୌଣସି ଅପରାଧ ପାଇଁ ଥାନାକୁ ଯିବେ ନାହିଁ । ବରଂ ରାଜନୈତିକ ହତ୍ୟାକାଣ୍ଡ କଥା ବୁଝିବା ପାଇଁ ଥାନା ଯିବେ ବୋଲି ସେ ନିଜେ କହିଛନ୍ତି । ମାହାଙ୍ଗାରେ ଡବଲ ମର୍ଡର ଘଟଣାରେ ସାଂସଦ  ଅପରାଜିତା ଷଡ଼ଙ୍ଗୀ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । 

    ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମାହାଙ୍ଗାରେ ଯାହା ଘଟିଲା ତାହା ଜଘନ୍ୟ ଅପରାଧ । ଆମେ ଆଶ୍ଚର୍ଯ୍ୟ ଯେ, ଜଗନ୍ନାଥଙ୍କ ରାଜ୍ୟରେ  ଏହା କିପରି ଘଟିଲା ।  ୧୭ଟି ରାଜନୈତିକ ହତ୍ୟା, ପଞ୍ଚାୟତ ନିର୍ବାଚନବେଳେ ୧୪ ଜଣ କର୍ମୀଙ୍କୁ ହତ୍ୟା କରାଯାଇଛି ।  ସାଧାରଣ ନିର୍ବାଚନବେଳେ ମୋ ନିର୍ବାଚନମଣ୍ଡଳୀରେ ଜଣଙ୍କୁ ହତ୍ୟା କରାଯାଇଛି ।  ନିର୍ବାଚନ ଜିତିବା ସକାଶେ ଶାସକ ଦଳ କ୍ଷମତା ପାଇଁ ହତ୍ୟାକାଣ୍ଡ ଭିଆଉଛି ।  ପ୍ରକୃତ ଦୋଷୀକୁ ଧରିବା ଓ ଚାର୍ଜସିଟ ଦାଖଲରେ ସରକାର ବିଫଳ ।  ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ବି ସକ୍ରୟ ହୋଇନି କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି ।  ଏହାଛଡ଼ା  ପିଏମ ଆବାସ ଯୋଜନାକୁ ନେଇ ମାହାଙ୍ଗାରେ ହତ୍ୟାକାଣ୍ଡ ଘଟିଛି ।  ୧୫ ଦିନ ଭିତରେ ଥାନାକୁ ଯାଇ ସବୁ ରାଜନୈତିକ ହତ୍ୟାକାଣ୍ଡ କଥା ବୁଝିବି ।  ସ୍ଥିତି କ’ଣ ଅନୁଧ୍ୟାନ କରିବା ପରେ ରାଜ୍ୟବାସୀଙ୍କୁ ଅବଗତ କରିବି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook