Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବୁଲି ବୁଲି କାର୍ଯ୍ୟ କରିବି: ଅପରାଜିତା

    Share on :
    ajab-Image
    Date: Oct 11, 2020    Views: 3795

    ଭୁବନେଶ୍ୱର: ମୋ ଅଫିସ ୧୫ ଦିନ ପାଇଁ ସିଲ କରାଯାଇଛି । ତେବେ ଏହି ୧୫ ଦିନ ମୁଁ ବୁଲି ବୁଲି କାର୍ଯ୍ୟ କରିବି । ଏଭଳି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ନିଜର ଜନଶୁଣାଣିରେ ଶ୍ରୀମତୀ ଷଡ଼ଙ୍ଗୀ ଏଭଳି କହିଛନ୍ତି ।

    ସେ କହିଛନ୍ତି ଯେ,  ଅଫିସ ସିଲ ଯୋଗୁଁ ଆସନ୍ତା ୧୫ ଦିନ ବୁଲି ବୁଲି କାର୍ଯ୍ୟ କରିବି  ।  ମୋ ଭିତରେ କ୍ରୋଧ ନାହିଁ । କାହା ପ୍ରତି ନକରାତ୍ମକ ଭାବନା ନାହିଁ ।  ବିକାଶ ପ୍ରକ୍ରିୟା ଜାରି ରହିଛି । ଆଗକୁ ତ୍ୱରାନ୍ୱିତ କରାଯିବ ।  କାର୍ଯ୍ୟାଳୟ ବନ୍ଦ ଥିବାରୁ ଏଣିକି ୩ଟି ସ୍ଥାନରେ କାର୍ଯ୍ୟକ୍ରମ କରାଯିବ ।  ରାଜରାସ୍ତା, ମୋ କାର୍ଯ୍ୟାଳୟ ବାହାର ଓ ମୋ ଘର ବାହାରେ କାର୍ଯ୍ୟକ୍ରମ ହେବ ।  ରାଜରାସ୍ତାରେ କାର୍ଯ୍ୟାଳୟ କରିବାକୁ ପଡ଼ୁଥିବାରୁ ମୁଁ ମର୍ମାହତ ଓ ଦୁଃଖିତ ।  ମୋ ସଭା ସମିତିରେ କିପରି ସାମାଜିକ ଦୂରତ୍ୱ ରହିବ ତାହା ପ୍ରଶାସନର କାମ ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୮ଟି ପ୍ରଶ୍ନ କରି ଚିଠି ଲେଖିଛି । ୧୫ ଦିନରେ ତଦନ୍ତ ପାଇଁ ଲେଖିଛି ।  ସରକାର ଆକ୍ସନ ଟେକନ ରିପୋର୍ଟ ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ  ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । 

    ପ୍ରକାଶ ଯେ, ଗତକାଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା ।  ପଳାସପଲ୍ଲୀ ସ୍ଥିତ ଅଫିସ ସିଲକୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସିଲ କରାଯାଇଥିଲା ।   କୋଭିଡ ନିୟମ ଭଙ୍ଗ କରି ଜନ୍ମଦିନ ପାଳନ ଅଭିଯୋଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook