Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଫାଇନ ଦେଲେ ଅପରାଜିତା

    Share on :
    ajab-Image
    Date: Jun 4, 2020    Views: 5859

    ଭୁବନେଶ୍ୱର:  ଫାଇନ ଦେଲେ ଅପରାଜିତା ।  କୋଭିଡ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ସ୍ୱେଚ୍ଛାକୃତଭାବେ ଫାଇନ ଦେବା ନେଇ  ଶ୍ରୀମତୀ ଷଡ଼ଙ୍ଗୀ ଟ୍ୱିଟ କରି ଜଣାଇଛନ୍ତି । ଏହାଛଡ଼ା  ଲୋକଙ୍କୁ ଆବେଗକୁ ସମ୍ମାନ ଜଣାଉଛନ୍ତି, ଏହା ଭଲ ଲକ୍ଷଣ ବୋଲି ସେ କହିଛନ୍ତି । 

    ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଏହାକୁ କଡ଼ାକଡ଼ା ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ  ଗତକାଲି ସାଂସଦ ଏହାକୁ ଉଲ୍ଲଂଘନ କରିଥିଲେ । ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ।  ସେଠାରେ କିଛି ବିଜେପି ନେତା ଓ କର୍ମୀ ଏକାଠି ହୋଇଥିଲେ ।  ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।  ଏପରିକି ବହୁ କର୍ମୀ ଅପରାଜିତାଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ ।   ଯେଉଁଠାରେ  ସାମାଜିକ ଦୂରତ୍ୱର ନା ଗନ୍ଧ ବି ନଥିଲା । 

    ଯାହାକୁ ନେଇ ସୋସିଆଲ ମିଡିଆରେ ବି ସାଂସଦଙ୍କୁ ବହୁ ଲୋକ ଟ୍ରୋଲ ମଧ୍ୟ କରିଥିଲେ । ସାଧାରଣ ଲୋକ କରୋନା ଗାଇଡଲାଇନକୁ ମାନୁଥିବାବେଳେ ସାଂସଦ ତାକୁ ମାନୁନଥିବା କହିଥିଲେ । ଅନ୍ୟପକ୍ଷରେ ଏଭଳି ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ କରିବା ଅଭିଯୋଗରେ ବମିଖାଲ ଅଞ୍ଚଳର କିଛି ଲୋକ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦେଇଥିଲେ । ଏହା ପରେ ସାଂସଦ ନିଜ ଆଡ଼ୁ ସ୍ୱେଚ୍ଛାକୃତଭାବେ ଫାଇନ ଭରିଛନ୍ତି । ଏଥିସହ ସାଧାରଣ ଲୋକଙ୍କ ସଚେତନତାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook