Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରେଡ୍ କାର୍ପେଟକୁ ମନା କଲେ ବିଶ୍ୱଭୂଷଣ

    Share on :
    ajab-Image
    Date: Jan 8, 2020    Views: 6927

    ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶପଥ ନେଲା ବେଳେ ତାଙ୍କୁ "ମହାମହିମ' ସମ୍ବୋଧନ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହା ସହ ସରକାରୀ ଫାଇଲରେ ଆଉ "ମହାମହିମ' ନ ଲେଖିବାକୁ ନିଦେ୍ର୍ଧଶ ଦେଇଥିଲେ । ଏବେ ରାଜ୍ୟପାଳଙ୍କ ଗସ୍ତ ବେଳେ ରେଡ୍ କାର୍ପେଟ୍ ନ ପକାଇବାକୁ ଶ୍ରୀ ହରିଚନ୍ଦନ ନିଦେ୍ର୍ଧଶ ଦେଇଛନ୍ତି । ତାଙ୍କର ଏହି ପଦକ୍ଷେପ ଆନ୍ଧ୍ରପ୍ରଦେଶରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଗତ ମାସରେ ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମର ପଛୁଆ ଆଦିବାସୀ ଅଞ୍ଚଳରେ ଏକ ଆଦିବାସୀ ସମାବେଶରେ ଯୋଗ ଦେବାକୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଯାଇଥିଲେ । ସେଠାରେ ତାଙ୍କ ପାଇଁ ଆଡ଼ମ୍ବରପୂର୍ଣ୍ଣ ରେଡ୍ କାର୍ପେଟର ବ୍ୟବସ୍ଥା କରାଯାଇଥିଲା । ଏଥିରେ ସେ ବିରକ୍ତି ପ୍ରକାଶ କରିଥିଲେ । କେବଳ ଆଦିବାସୀ ଅଞ୍ଚଳ ନୁହେଁ, ତାଙ୍କର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏପରି ରେଡ୍ କାର୍ପେଟ୍ ବ୍ୟବସ୍ଥା ନ କରିବାକୁ ଶ୍ରୀ ହରିଚନ୍ଦନ ତାଙ୍କ ପ୍ରମୁଖ ଶାସନ ସଚିବଙ୍କୁ ନିଦେ୍ର୍ଧଶ ଦେଇଥିଲେ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୂପ ଆଦେଶ ଦେବାକୁ କହିଥିଲେ । ଏହା ପରେ ସବୁ ଜିଲ୍ଲାପାଳମାନଙ୍କୁ ଏ ନେଇ ନିଦେ୍ର୍ଧଶନାମା ଜାରି କରାଯାଇଛି । ଶ୍ରୀ ହରିଚନ୍ଦନ କହିଛନ୍ତି, ସାଧାରଣ ଜୀବନରେ ଓ ସରକାରୀ କ୍ଷେତ୍ରରେ ସାଧାରଣ ମଣିଷ ପରି ଚଳିବା ଓ ସାଧୁତା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ । ସବୁ କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ କରିବା ସହ ଜନସାଧାରଣଙ୍କ ବିକାଶକୁ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ । ସରକାରୀ ଅର୍ଥରେ ବ୍ୟୟବହୁଳ ଓ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଗ୍ରହଣ କରିବା କିମ୍ବା ଜୀବନଯାପନ କରିବା ଅନୈତିକ ଓ ଅମାନବୀୟ ବୋଲି ସେ କହିଛନ୍ତି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook