Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅନୁପଙ୍କ ଡ୍ରାଇଭର ଅଟକ

    Share on :
    ajab-Image
    Date: Feb 15, 2020    Views: 3540

    ଭୁବନେଶ୍ୱର: ୨୦୧୬ ମସିହାର ମା ଓ ଝିଅ ମର୍ଡର ଘଟଣାରେ ଗତକାଲି ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ର ରାୟଗଡ଼ ପୁଲିସ ଗିରଫ କରି ଜେଲ ପଠାଇଥିବାବେଳେ ଗତକାଲି ରାତିରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଉଠାଇ ନେଇଛି । ପୁଲିସ ଅନୁପଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଥିବା ସମ୍ପୃକ୍ତ ଡ୍ରାଇଭରଙ୍କ ପରିବାର ଲୋକଙ୍କ ପକ୍ଷରୁ  କୁହାଯାଇଛି ।  ତେବେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ନିଦେ୍ର୍ଧାଷ ବୋଲି ତାଙ୍କ ଝିଅ ଦାବି କରୁଛନ୍ତି ।  ପୁଲିସ ବର୍ଦ୍ଧନଙ୍କୁ ଏକ ଅଜ୍ଞାତ ସ୍ଥାନରେ  ଅଟକ ରଖି ହତ୍ୟାକାଣ୍ଡ ସମ୍ପର୍କରେ ପଚରାଉଚୁରା କରୁଥିବା ଜଣାଯାଇଛି । 

    ପ୍ରକାଶ ଯେ, ମୃତକ କଳ୍ପନା ଦାସ ୨୦୦୫ରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ।  ୨୦୧୧ରୁ ଅନୁପଙ୍କ ସମ୍ପର୍କରେ ଆସି ଏକାଠି ରହୁଥିଲେ ।  ଅନୁପ ଭୁବନେଶ୍ୱରର ସୁନ୍ଦରପଦାରେ ଫ୍ଲାଟ କିିଣି ମା ଓ ଝିଅଙ୍କୁ ରଖିଥିଲେ ।  ଉଭୟ ସେଠାରେ ସ୍ୱାମୀ ଓ ସ୍ତ୍ରୀ ଭଳି ରହୁଥିଲେ । ୫ ବର୍ଷ ଏକାଠି ରହିବା ପରେ କଳ୍ପନା ତାଙ୍କୁ ବାହା ହେବାକୁ କହିଥିଲେ ।  ତେବେ ନିଜର ପରିବାର ଥିବାରୁ ଅନୁପ ବାହା ହେବାକୁ ମନା କରିଥିଲେ ।  ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।  ଏହି କାରଣକୁ ନେଇ ଅନୁପ କଳ୍ପନାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ।  ପ୍ରଥମେ କେବଳ କଳ୍ପନାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।  ନିଜର ବିଶ୍ୱସ୍ତ ଡ୍ରାଇଭର ଜରିଆରେ ହତ୍ୟା ଯୋଜନା ହୋଇଥିଲା ।  କଳ୍ପନାକୁ ବାହା ହେବାକୁ କହି ଅନୁପ ଛତିଶଗଡ଼ ରାୟଗଡ଼ ଆଣିଥିଲେ ।  ତେବେ ରାସ୍ତାରେ ଜଙ୍ଗଲରେ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ତେବେ ଝିଅ ଜାଣିଯିବା ପରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ାଯାଇଥିଲା ।  ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ବିକୃତ କରାଯାଇଥିଲା । 

    Maximum 500 characters

    ତାଜା ଖବର View all

    Find Us on Facebook