ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରଥମେ ୫ ବର୍ଷର ଲିଭ୍ ଇନ୍ ସମ୍ପର୍କ, ପରେ ବିବାହ ନାମରେ ପ୍ରତାରଣା କରି ହତ୍ୟା। ଏଭଳି ଏକ ଜଘନ୍ୟ କାଣ୍ଡ ଘଟାଇଥିଲେ ବିଜେଡିର ପୂର୍ବତନ ବିଧାୟକ ଅନୁପ ସାଏ। ୨୦୧୬ର ଏହି ଚର୍ଚ୍ଚିତ ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି। ଛତିଶଗଡ଼ର ରାଇଗଡ଼ ପୁଲିସ ମାମଲା ଉପରୁ ପରଦା ହଟାଇଛି। ହତ୍ୟାକାଣ୍ଡ ଭିଆଇ ଦୀର୍ଘ ଦିନ ଅୟସରେ ଜୀବନ ଯାପନ କରୁଥିବା ଅନୁପ କେମିତି ଧରାପଡ଼ିଲେ, ତାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଦୋଷୀ ଯେତେ ଚଲାକ ହେଲେ ବି କେଉଁଠି ନା କେଉଠିଁ ଗୋଟିଏ ସୁରାକ ଛାଡ଼ିଯାଇଥାଏ ।
ପ୍ରକାଶ ଯେ, ମୃତକ କଳ୍ପନା ଦାସ ୨୦୦୫ରେ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ । ୨୦୧୧ରୁ ଅନୁପଙ୍କ ସମ୍ପର୍କରେ ଆସି ଏକାଠି ରହୁଥିଲେ । ଅନୁପ ଭୁବନେଶ୍ୱରର ସୁନ୍ଦରପଦାରେ ଫ୍ଲାଟ କିିଣି ମା ଓ ଝିଅଙ୍କୁ ରଖିଥିଲେ । ଉଭୟ ସେଠାରେ ସ୍ୱାମୀ ଓ ସ୍ତ୍ରୀ ଭଳି ରହୁଥିଲେ । ୫ ବର୍ଷ ଏକାଠି ରହିବା ପରେ କଳ୍ପନା ତାଙ୍କୁ ବାହା ହେବାକୁ କହିଥିଲେ । ଯାହାକୁ ନେଇ ଅନୁପ ତାଙ୍କୁ ହତ୍ୟା କରିଥିଲେ ।
ତେବେ କଳ୍ପନାଙ୍କ ସହ ଅନୁପ ୫ବର୍ଷ ରହିଥିଲେ। କିନ୍ତୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରି ନ ଥିଲେ। ଏହି ବଡ଼ ଭୁଲ ତାଙ୍କୁ ଧରାଇଦେଲା ବୋଲି ଏସପି କହିଛନ୍ତି।
Comments ସମସ୍ତ ମତାମତ