Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମା’ ଓ ଝିଅଙ୍କୁ କାହିଁକି ହତ୍ୟା କରିଥିଲେ ଅନୁପ ସାଏ ? ୭୦୦ ଲୋକଙ୍କୁ ଜେରା କରିଥିଲା ପୁଲିସ

    Share on :
    ajab-Image
    Date: Feb 14, 2020    Views: 11889

    ଭୁବନେଶ୍ୱର: କାହିଁକି ମା’ ଓ ଝିଅଙ୍କୁ ହତ୍ୟା କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ରହସ୍ୟ ଉପରୁ ପର୍ଦ୍ଧା ଉଠାଇଛି ଛତିଶଗଡ଼ ପୁଲିସ  । ରାୟଗଡ଼ ପୁଲିସର ସୂଚନା ଅନୁଯାୟୀ, ସ୍ୱାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସଙ୍କର ଅନୁପ ସାଏଙ୍କ ସହ ଅନୈତିକ ସମ୍ପର୍କ ରହିଥିଲା  । ୨୦୧୧ରୁ ଦୁହେଁ ଭୁବନେଶ୍ୱରର ଏକ ଘରେ ରହୁଥିଲେ  । ଅନୁପ ସାଏ ସବୁଦିନ ସେଠାକୁ ଯା’ଆସ କରୁଥିଲେ  । ତେବେ କମଳା ତାଙ୍କୁ ବାହା ହେବାକୁ କହିବା ପରେ ଅକଳରେ ପଡ଼ିଯାଇଥିଲେ ଅନୁପ । କମଳାଙ୍କୁ ବାହା ହେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ  । ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଗୁପ୍ତ ଯୋଜନା କରିଥିଲେ ଅନୁପ  । ୨୦୧୬ରେ ରାୟଗଡ଼ର ଏକ ମନ୍ଦିରରେ ବାହା ହେବା ପାଇଁ କମଳାଙ୍କୁ କହିଥିଲେ ଅନୁପ  । ନିଜ ଡ୍ରାଇଭର ସହ କଳ୍ପନାଙ୍କୁ ନେଇ ଅନୁପ ରାୟଗଡ଼ ଯାଇଥିଲେ  । ତେବେ ରାସ୍ତା ମଝିରେ କଳ୍ପନାଙ୍କୁ ମାରି ନିଜ ରାସ୍ତା ସଫା କରିବାକୁ ଯୋଜନା କରିଥିଲେ । ରାସ୍ତାରେ ଜଙ୍ଗଲରେ ଲୁହା ରଡରେ ପିଟି ହତ୍ୟା କରାଯାଇଥିଲା । ତେବେ ଝିଅ ଜାଣିଯିବା ପରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଉଭୟଙ୍କୁ ହତ୍ୟା କରି ରାସ୍ତାରେ ପକାଇ ଗାଡ଼ି ମଡ଼ାଯାଇଥିଲା ।  ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ମଡ଼ାଇ ବିକୃତ କରାଯାଇଥିଲା ।  ହତ୍ୟା କରି ଅନୁପ ନିଜ ଡ୍ରାଇଭରଙ୍କ ସହ ସେଠାରୁ ପଳାଇ ଆସିଥିଲେ । 

    କଳ୍ପନାଙ୍କ ମୃତ ଦେହ ଚକ୍ରଧରପୁର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆରୁ ପୁଲିସ ଉଦ୍ଧାର କରିଥିଲା  । ସେବେଠାରୁ ଏନେଇ ପୁଲିସ ଖୋଳତାଡ଼ ଜାରି ରଖିଥିଲା  । ଘଟଣାର ବର୍ଷକ ପରେ ମୃତ କଳ୍ପନାଙ୍କ ପରିଚୟ ମିଳିଥିଲା  । ତାଙ୍କର ମୋବାଇଲ ରେକଡର଼୍ିଂ ଯାଂଚ କରିବା ପରେ ଅନୁପଙ୍କ ସଂପୃକ୍ତି ନେଇ ପୁଲିସ ସନେ୍ଦହ କରିଥିଲା  । ଏନେଇ ପ୍ରାୟ ୭୦୦ ଲୋକଙ୍କୁ ଜେରା କରିବା ପରେ ଅନୁପ ହିଁ ହତ୍ୟା କରିଛନ୍ତି ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା  । ତେବେ ଅନୁପଙ୍କୁ ଜେରା କରିବା ପାଇଁ ପୁଲିସ ଅନୁପଙ୍କୁ ବାରମ୍ବାର ଫୋନ କରିଥିଲେବି ସେ ତଦନ୍ତରେ ସହଯୋଗ କରିନଥିଲେ । ଫଳରେ ତାଙ୍କ ନାମରେ ୱାରେଂଟ ଜାରି ହୋଇଥିଲା । ଅନୁପଙ୍କ ଗତିବିଧି ଉପରେ ଛତିଶଗଡ଼ ପୁଲିସ ନିଘା ରଖିବା ସହ ବୁଧବାର ରାତିରେ ଉଠାଇ ନେଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook