ମୁଖ୍ୟ ଖବର
ଭୁବନେଶ୍ୱର: ବର୍ଷା ପ୍ରିୟଦର୍ଶିନୀଙ୍କୁ ଗ୍ରହଣ କରିବୁ ନାହିଁ । ଏ ଜନ୍ମରେ ନୁହଁ, କୌଣସି ଜନ୍ମରେ ବି ଗ୍ରହଣ କରିପାରିବୁ ନାହିଁ ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି । ସେହିପରି ମାନବାଧିକାର କର୍ମୀ ପ୍ରତାରଣା କରିଛନ୍ତି ବୋଲି କହିଛନ୍ତି ।
ଟ୍ୱିଟରେ ସେ କେତେକ ସୋସିଆଲ ମିଡ଼ିଆ ପୋଷ୍ଟର ଅବତାରଣା କରିଛନ୍ତି । ଗୋଟିଏ ପୋଷ୍ଟରେ ଗୀତାଶ୍ରୀ ଦାସ ବର୍ଷାଙ୍କ ଘନିଷ୍ଠ ବନ୍ଧୁ ବୋଲି ଉଲ୍ଳେଖ କରାଯାଇଥିବାବେଳେ ବର୍ଷାଙ୍କ ସଂସ୍ଥା ସମ୍ମାନୀତରେ କାମ କରନ୍ତି ବୋଲି ଲେଖାଯାଇଛି । ଅନୁଭବ ଟ୍ୱିଟ ଯୋଗେ କହିଛନ୍ତିଯେ, କିଛି ସମୟ ତଳେ ଜଣେ କହିଲେ ଆଇନ ପ୍ରମାଣକୁ ବିଶ୍ୱାସ କରେ । ତେଣୁ ମୁଁ କିଛି ପ୍ରମାଣ ଉପସ୍ଥାପିତ କରିଛି । ସମୟ ଅନୁସାରେ ଆହୁରି ଅନେକ ପ୍ରମାଣ ଉପସ୍ଥାପିତ କରିବୁ । ଗତ ୭ ବର୍ଷ ଧରି ମୁଁ ଓ ମୋ ପରିବାର ଯେଉଁ ଯନ୍ତ୍ରଣା, ଲୁହ ଓ ଖରାପ ସ୍ୱାସ୍ଥ୍ୟ ଦେଇ ଗତି କରିଛୁ ତାହାର ସବୁଦିନ ପାଇଁ ଅନ୍ତ ଘଟିବ । ସେହିପରି ତଥାକଥିତ ମାନବାଧିକାର କର୍ମୀ ଏମିତି ମୋତେ ଓ ମୋ ବାପାମା’ଙ୍କୁ ପ୍ରତାରଣା କରିବେ ବୋଲି ଭାବିନଥିଲି । ମୁଁ ସେମାନଙ୍କୁ ସହଯୋଗ କରିଥିଲି । ମୁଁ କିମ୍ବା ସେ ମିଡ଼ିଆକୁ କିଛି କହିବେ ନାହିଁ ବୋଲି କହିଥିଲେ । କିନ୍ତୁ ସେମାନେ ମିଡ଼ିଆକୁ ମିଛ କଥା କହିଲେ ବୋଲି ଅନୁଭବ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
Comments ସମସ୍ତ ମତାମତ