Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତଙ୍କିତ ହୁଅନ୍ତୁନି, ସାମାଜିକ ଦୂରତା ଅବଲମ୍ବନ ନକଲେ ଜିରୋ ଟୋଲେରାନ୍ସ :CMO

ଓଡ଼ିଶାରେ ପୁଣି 16ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଭୁବନେଶ୍ୱର ଅଂଚଳର ,ମୋଟ ହେଲା 39

14ରେ ନିଆଯିବ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି: ପିଟିଆଇ ସୂତ୍ରରୁ ପ୍ରକାଶ

ସୁନ୍ଦରପଦା ଅଂଚଳକୁ ସିଲ କଲା ବିଏମସି

ଭୁବନେଶ୍ୱରରେ ଆଉ 2 ପଜିଟିଭ ଚିହ୍ନଟ. ମୋଟ ହେଲା 23

ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ.8ରେ ସଟ ଡାଉନ ଉଠିବ, ଗହଳି କରିବେନି : ମୁଖ୍ୟ ଶାସନ ସଚିବ

ଭାରତରେ କରୋନା ମୃତ୍ୟୁ ସଂଖ୍ୟା 79କୁ ବୃଦ୍ଧି

କଳାହାଣ୍ଡି କରୋନା ଆକ୍ରାନ୍ତଙ୍କ ଗାଁ ସିଲ

କଟକ କେଶବପୁରରେ ପୁଲିସ ଉପରକୁ ଢେଲା ପଥର ମାଡ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆରୋପକୁ ମାନିଲେ ସାଂସଦ: କଂଗ୍ରେସ

    Share on :
    ajab-Image
    Date: Feb 3, 2020    Views: 9864

    ଭୁବନେଶ୍ୱର:  କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରସଙ୍ଗରେ ଯେଉଁ ଅଭିଯୋଗ କରାଯାଇଥିଲା ତାକୁ ସାଂସଦ ପରୋକ୍ଷରେ ମାନି ନେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ଏନେଇ ଆଜି ପୁଣି ପ୍ରେସମିଟ କରି କଂଗ୍ରେସ  ନେତା ନିଶିକାନ୍ତ ମିଶ୍ର କହିଛନ୍ତି ।  ସାଂସଦ ଆମ ଆରୋପ ଗ୍ରହଣ କରିନେଇଥିବା ପ୍ରମାଣ ହେଲା ବୋଲି ସେ କହିଛନ୍ତି । ଅଭିଯୋଗ ପରେ ସାଂସଦ ନିଜର ଶିକ୍ଷାଗତ ଯୋଗ୍ୟତା ନେଇ ନିର୍ଦ୍ଧିଷ୍ଟ ଭାବେ ତଥ୍ୟ ପ୍ରମାଣ ଦେଖାଇ ନାହାନ୍ତି ।  ନିଜ ସ୍ପଷ୍ଟୀକରଣରେ ସେ ମୂଳ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ଚେଷ୍ଟା କରିଛନ୍ତି ।  ଯଦି ନିର୍ଦ୍ଧିଷ୍ଟ ପ୍ରମାଣ ଥାଆନ୍ତା ତେବେ ସେ ସାର୍ଟିଫିକେଟ ସହ ଦେଖାଇଥାନ୍ତେ । ସାଂସଦ ମୂଳ ପ୍ରସଙ୍ଗକୁ ଏଡ଼ାଇ କେନ୍ଦ୍ରାପଡ଼ାର ବିକାଶ କଥା କହିଛନ୍ତି ।  ସାଂସଦଙ୍କ ସ୍ପଷ୍ଟୀକରଣ ପରୋକ୍ଷରେ ତାଙ୍କ ମିଛ ଶିକ୍ଷାକୁ ପ୍ରମାଣ କରୁଛି । ଜାଲି ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଜେଲ ପଠାଉଛନ୍ତି ତାହା କେବଳ ଦେଖିବାକୁ ବାକି ରହିଲା ବୋଲି ନିଶିକାନ୍ତ ମିଶ୍ର କହିଛନ୍ତି । 

    ପ୍ରକାଶ ଯେ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତାର ଜାଲ ସାର୍ଟିଫିକେଟ ଦେଇଥିବା ରବିବାର  କଂଗ୍ରେସ ପକ୍ଷରୁ  ଅଭିଯୋଗ କରାଯାଇଥିଲା । ୨୦୧୪ ରାଜ୍ୟସଭା ନିର୍ବାଚନବେଳେ ସେ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।   ଆରଟିଆଇ ତଥ୍ୟରୁ ଏହା ଜଣାପଡ଼ିଥିବା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ । 
    ଶ୍ରୀ ମିଶ୍ର କହିଥିଲେ ଯେ,  ସାଂସଦ ଶ୍ରୀ ମହାନ୍ତି ମୀରଟର ସୋଭିଏତ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରେ ବିଏ ପାସ କରିଥିବା ଦର୍ଶାଇଛନ୍ତି । ୨୦୧୪ରେ ଅନୁଭବ ଉକ୍ତ ବିଶ୍ୱବିଦ୍ୟାଳୟରୁ ବିଏ ପାସ କରିଥିବା ଦର୍ଶାଇଛନ୍ତି ।  ମାତ୍ର ୨୦୧୦ରେ ଉକ୍ତ ବିଶ୍ୱବିଦ୍ୟାଳୟକୁ ଡିରେକଗନାଇଜ କରାଯାଇଛି । ଡିରେକଗନାଇଜ ନେଇ ସୁପ୍ରିମକୋର୍ଟରେ ଏଚଆରଡି ପକ୍ଷରୁ ସତ୍ୟପାଠ ହୋଇଛି ।  ଆରଟିଆଇ ତଥ୍ୟରୁ ଅନୁଭବ ୨୦୦୩ରେ କନ୍ଦରପୁର କଲେଜର +୩ ଛାତ୍ର ଥିଲେ । ଅନୁଭବଙ୍କୁ କୌଣସି ମାଇଗ୍ରେସନ ସାର୍ଟିଫିକେଟ ଦିଆଯାଇନାହିଁ ।  ତେବେ ମାଇଗ୍ରେସନ ସାର୍ଟିଫିକେଟ ବିନା ଅନ୍ୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ହେବନାହିଁ ।  ଏପରି ଜାଲିଆତି କରିଥିବା ସାଂସଦଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଦାବି କରିଥିଲେ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook